ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ଓଡ଼ିଶା ବିଧାନସଭା ବାଚସ୍ପତି

ଭୁବନେଶ୍ବର: ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଛନ୍ତି ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ପ୍ରଥମ ଚିଠିରେ ୨୦୧୮ରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ସଲଗ୍ନ କରି ପଠାଯାଇଛି। ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୮ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି କିପରି ପହଞ୍ଚିନାହିଁ ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି।

ସୂଚନାଯୋଗ୍ୟ, ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତର‌ରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜଜୁ କହିଥିଲେ, ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ। କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି।

republic world

କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ମନ୍ତ୍ରାଳୟରୁ ସଂଗୃହୀତ ରେକର୍ଡ ଅନୁସାରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ସରକାର ଏ ଯାବତ କୌଣସି ପ୍ରସ୍ତ‌ାବ ପଠାଇନାହାନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଉତ୍ତର ଏବେ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି। ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟ ସରକାର ଏହା କେନ୍ଦ୍ରକୁ ପଠାଯାଇଥିବା କହିଥିଲେ। କେବଳ ସେତିକି ନୁହେଁ, ସଂସଦର ବିଭିନ୍ନ ଅଧିବେଶନ ପୂର୍ବରୁ ସରକାରଙ୍କ ସାମ୍ନାରେ ବିଜେଡି ଅନେକବାର ଦାବି ଉଠାଇଛି। ବିଧାନ ପରିଷଦ ବିଲ୍ ଆଣିବା ଲାଗି ବିଜେଡି ସାଂସଦମାନେ ବାରମ୍ବାର କହିଛନ୍ତି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ସମସ୍ତଙ୍କୁ ଆଚମ୍ବିତ କରିଛି।

ଏହାକୁ ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  କହିଥିଲେ, ୨୦୧୫ ମସିହାରୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିଲାଗି ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ୨୦୧୫ ଜାନୁଆରି ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ବିଭିନ୍ନ ରାଜ୍ୟ ଗସ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। ୨୦୧୮ ୬ ସେପ୍ଟେମ୍ବର ୬ ତାରିଖରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା। ତାପରେ ୨୦୧୮ ସେପ୍ଟେମ୍ବର ୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଛି। ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ବି ପଠାଯାଇଛି। ତେବେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଚିଠି ନପାଇବା କହିବା ଦୁଃଖ ଲାଗୁଛି ଓ ମୋତେ ଚକିତ କରିଛି।

ସମ୍ବନ୍ଧିତ ଖବର