୪ରୁ ବିଧାନସଭା

୭ରେ କାମଚଳା ବଜେଟ, ରାଜଭବନକୁ ଗଲା ପ୍ରସ୍ତାବ

ଭୁବନେଶ୍ବର : ଫେବ୍ରୁଆରି ୪ ତାରିଖରୁ ବିଧାନସଭା ଆରମ୍ଭ େହାଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସାଧାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଏଥର ପୂର୍ଣ୍ଣାଙ୍ଗ ବଜେଟ୍ ବଦଳରେ କାମଚଳା ବଜେଟ୍ ଉପସ୍ଥାପନ େହବ। ଏଥିପାଇଁ ୭ ତାରିଖ ଦିନଟିକୁ ଧାର୍ଯ୍ୟ କରାଯାଉଛି। ୮ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ େହାଇପାରେ।

ଏମିତି ପ୍ରସ୍ତାବ ରଖି ରାଜ୍ୟ ସରକାର ରାଜ୍ୟପାଳଙ୍କ ଅନୁେମାଦନ ଲୋଡିଛନ୍ତି। ରାଜ୍ୟପାଳଙ୍କ ଦସ୍ତଖତ ପରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ସମନ ଜାରି କରାଯିବ।

ପ୍ରସ୍ତାବ ଅନୁସାରେ, ୪ ତାରିଖ ଦିନ ରାଜ୍ୟପାଳ ଗୃହରେ ତାଙ୍କ ଅଭିଭାଷଣ ରଖିବେ। ରାଜ୍ୟପାଳ ଭାବେ ନିଯୁକ୍ତି ପରେ ପ୍ରଫେସର ଗଣେଶୀଲାଲଙ୍କର ଏହା ପ୍ରଥମ ଅଭିଭାଷଣ ହେବ। ଅଧିବେଶନରେ େମାଟ ୭ଟି କାର୍ଯ୍ୟଦିବସ ରହିଛି। ଏଥିରୁ ୬ଟି ସରକାରୀ ଓ େଗାଟିଏ େବସରକାରୀ ଦିବସ।

୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ଫେବ୍ରୁଆରି ୫ ଓ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୭ ତାରିଖରେ ୪ ମାସପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ୮ ତାରିଖରେ ବ୍ୟୟ ମଞ୍ଜୁରି ବିଲ ପାରିତ ହେବ । ୯ ଓ ୧୦ ତାରିଖ ସରକାରୀ ଛୁଟି ଦିବସ ରହିଛି । ୧୧ ତାରିଖ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୨ ତାରିଖ ବେସରକାରୀ ବିଲ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଛି ।

ସମ୍ବନ୍ଧିତ ଖବର