ଆଜିଠାରୁ ବିଧାନସଭା

ଭୁବନେଶ୍ବର : ଓଡ଼ିଶା‌ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଡିସେମ୍ବର ୧୫ ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟଦିବସ ରହିଛି। ଏ ମଧ୍ୟରୁ ୧୯ଟି ସରକାରୀ ଓ ଅନ୍ୟ ୪ଟି ବେସରକାରୀ କାର୍ଯ୍ୟଦିବସ।

୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ମୌସୁମୀ ଅଧିବେଶନରେ ଗୃହୀତ ହୋଇସାରିଛି। ହେଲେ ଏହି ଅଧିବେଶନଟି ଭିନ୍ନ ଏକ ଦୃଷ୍ଟିେକାଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଡ଼ ଅଧିବେଶନ। ଏଣୁ ବିେରାଧୀ ଦଳ ଏହି ଅଧିେବଶନରୁ ଯଥେଷ୍ଟ ଫାଇଦା ଉଠାଇବା ଲାଗି ଉଦ୍ୟମ କରିପାରନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏହି ଅଧିେବଶନରେ ଉଠିପାରେ।

ଅନ୍ୟପଟରେ ଲୋକଙ୍କ ନିକଟରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ତା ଆଧାରରେ ଯଦି କୌଣସି ବିଲ୍ ଆଦିରେ ସେଂଶାଧନ ଦରକାର କିମ୍ବା ବୈଧାନିକ ପ୍ରକ୍ରିୟା ବାକି ଥିବ, ତେବେ ଏହି ଅଧିେବଶନକୁ ବ୍ୟବହାର କରିବା ଲାଗି ସରକାର େଚଷ୍ଟା କରିବେ। ବାକି ଥିବା ସମସ୍ତ ବିଲ୍ ପାରିତ କରିବା ପାଇଁ ସରକାରଙ୍କ ଉଦ୍ୟମ ରହିବ। ନୂଆ କାର୍ଯ୍ୟକ୍ରମ ଘୋଷଣା ହେଉ ଅଥବା ଅନ୍ୟ କିଛି ବଡ଼ ନିଷ୍ପତ୍ତି ସରକାର ଏହି ଅଧିେବଶନ କାଳରେ ଶୁଣାଇ ବିେରାଧୀଙ୍କ ଅଭିେଯାଗକୁ ପାଣିଚିଆ କରିବା ଲାଗି ଚେଷ୍ଟା କରିପାରନ୍ତି। ଏହାବ୍ୟତୀତ ଶାସକ ଦଳ ବିେରାଧୀଙ୍କ ବିେରାଧରେ ଥିବା ସବୁ ଅଭିେଯାଗକୁ ଏକାଠି ଗୃହକୁ ଆଣିପାରେ।

ଶୀତ ଅଧି‌େବଶନ ସମୟରେ ନଭେମ୍ବର ୨୧ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଓ ୨୩ ତାରିଖ ରାସ ପୂର୍ଣ୍ଣିମା ପାଇଁ ଛୁଟି ରହିଛି।

ହେଲେ ପ୍ରଶ୍ନ ଉଠୁଛି, ଏହି ଅଧିେବଶନ ଡିେସମ୍ବର ୧୫ ଯାଏ ଚାଲିବ ନା ଅଧାରୁ ବନ୍ଦ େହବ। କାରଣ ଆଜି ବିଜେଡି ବିଧାୟକ ଦଳ ବୈଠକ ସୂଚାଇଛି େଯ ସରକାରଙ୍କ ପାଖରେ କୌଣସି ବିେଶଷ କାର୍ଯ୍ୟକ୍ରମ ନାହିଁ। ଏହାବାଦ୍ ପୁରୁଷ ବିଶ୍ବକପ୍ ହକି ଆସନ୍ତା ୨୭ ତାରିଖରୁ ଆରମ୍ଭ େହଉଛି। ସମଗ୍ର େଦଶ ହକି ମନସ୍କ େହବ। େଯହେତୁ ଓଡ଼ିଶା ଏହାର ଆେୟାଜନ କରୁଛି ଓ ଭୁବନେଶ୍ବର ଛାତି ଉପରେ ବିଶ୍ବକପ୍ େହବ, ଏଣୁ ସ୍ବାଭାବିକ ଭାବେ ରାଜ୍ୟରେ ଏହା ମୁଖ୍ୟ ପ୍ରସଙ୍ଗ େହାଇ ରହିବ। େକବଳ େସତିକି ନୁେହଁ, ଏହି ସମୟରେ କଟକ ବାଲିଯାତ୍ରା ରହିଛି ଓ ଭୁବନେଶ୍ବରରେ ମଧ୍ୟ। ଏଣୁ ସୁରକ୍ଷା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ େହାଇପାରେ। ଏସବୁ ଦୃଷ୍ଟିେକାଣରୁ ଆଗୁଆ ଅଧିେବଶନ ସରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। େତବେ ଗୃହ ଓ ବାଚସ୍ପତି ଏ େନଇ ଚୂଡାନ୍ତ ନିଷ୍ପତ୍ତି େନବେ।
ସୂଚନା‌ଯୋଗ୍ୟ ଆସନ୍ତାକାଲି ସକାଳେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର