ଖୁବଶୀଘ୍ର ଓଡ଼ିଶା ବିଧାନସଭା ଟିଭି

କାର୍ଯ୍ୟକ୍ଷମ ହେଲା ‘ବିଧାନସଭା ସମାଚାର’ ୟୁଟ୍ୟୁବ୍ ଚ୍ୟାନେଲ୍‌
ପ୍ରକାଶ ପାଇବ ‘ବିଧାନସଭା ପତ୍ରିକା’
ମାର୍ଚ୍ଚ ୩୧ ପୂର୍ବରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର : ଖୁବଶୀଘ୍ର ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି। ସଂସଦ ଢାଞ୍ଚାରେ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଶ୍ରୀ ପାତ୍ର କହିଛନ୍ତି ଯେ ଶନିବାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ ହୋଇଛି। ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି ଚାଲିଛି। ଏବେ କେବଳ ୟୁଟ୍ୟୁବ୍‌ରେ ବିଧାନସଭା ସଂପର୍କିତ ଖବର ପ୍ରସାରଣ ହେବ। ପରେ ଏହାକୁ ଏକ ସାଟେଲାଇଟ୍ ଚ୍ୟାନେଲ୍‌ କରାଯିବାର ଯୋଜନା ରହିଛି। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ବିଧାନସଭା ପତ୍ରିକା ନାଁରେ ଏକ ମାସିକ ପତ୍ରିକା ପ୍ରକାଶ କରାଯିବ। ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସଂପର୍କିତ ଖବର ପ୍ରକାଶ କରାଯିବ। ଲୋକଙ୍କୁ ସବୁ ଠିକ୍ ତଥ୍ୟ ଦିଆଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତି ଆହୁରି କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଧାନସଭା ଅଧିବେଶନ ଡକାଯିବ। ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଅଧିବେଶନର ତାରିଖ ସଂପର୍କରେ ଜଣାଇ ଦିଆଯିବ।

ସମ୍ବନ୍ଧିତ ଖବର