ଭୁବନେଶ୍ବର : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଚାଷୀ ବିରୋଧୀ। ଏମାନଙ୍କର ଚାଷ ବା ଚାଷୀ ପ୍ରତି ସର୍ବନିମ୍ନ ସମ୍ମାନ ନାହିଁ। ତୁଚ୍ଛାଟାରେ କୁମ୍ଭୀର କାନ୍ଦଣା କରୁଛନ୍ତି। ଏମିତି ଯେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ଆେଲାଚନା ଲାଗି ବିେରାଧୀ ଦଳ ଦାବି କରୁଥିେଲ ହେଁ, ତାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ବିେରାଧୀ ଦଳ ନେତାଙ୍କୁ କହିବା ଲାଗି ସୁଯୋଗ ଦେଉନାହାନ୍ତି। ସେ ଠିଆ ହେଲେ ମଧ୍ୟ ତାଙ୍କୁ ଶୁଣିବା ଲାଗି ବାଚସ୍ପତି ଚାହୁଁନାହାନ୍ତି। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ।
ବିଧାନସଭାରେ ଆରମ୍ଭରୁ ଦେଖାେଦଇଥିବା ବିଭ୍ରାଟକୁ ନେଇ ଆଜି ବିେରାଧୀ ଦଳ ନେତା ଏମିତି ଭାଷାରେ ସମାେଲାଚନା କରିଛନ୍ତି। ବିଧାନସଭାରେ ନିଜ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା େଦଇ ବିେରାଧୀ ଦଳ େନତା ନରସିଂହ ମିଶ୍ର ଚାଷୀଙ୍କ ପ୍ରତି େକନ୍ଦ୍ର ଓ ରାଜ୍ୟ ସରକାର କିଭଳି ଅବିଚାର କରିଚାଲିଛନ୍ତି, ତାର ଲମ୍ବା ତାଲିକା ରଖିବା ସହିତ ଉଭୟଙ୍କ ବିେରାଧରେ ଅଭିେଯାଗର ପାହାଡ ଲଦିଥିେଲ।
ଅନ୍ୟପକ୍ଷରେ ବିେଜଡି ବିଧାୟକ ସମୀର ଦାସ କହିଛନ୍ତି, ଚାଷୀଙ୍କ ସଂପର୍କରେ ବିେରାଧୀ ଦଳ ମୁଲତବୀ ପ୍ରସ୍ତାବ େଦଇଥିଲେ। ବାଚସ୍ପତି ତାକୁ ଗ୍ରହଣ କରିଛନ୍ତି। ସରକାର ଆେଲାଚନା ପାଇଁ ପ୍ରସ୍ତୁତ। ମାତ୍ର ବିରୋଧୀ ଦଳ ହଟ୍ଟଗୋଳ କଲେ। ଏହାଦ୍ବାରା େଲାକଙ୍କ ଟିକସ ଅର୍ଥକୁ େକବଳ ବରବାଦ କରାଯାଉଛି।
ଶ୍ରୀ ମିଶ୍ର କହିଥିେଲ, ଚାଷୀମାେନ ଏଯାଏ ବୀମା କ୍ଷତିପୂରଣ ପାଇପାରିନାହାନ୍ତି। ବୀମା କଂପାନିଙ୍କ ବିେରାଧରେ ଫୌଜଦାରୀ ମକଦ୍ଦମା ରୁଜୁ େହବା ଦରକାର। ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଏେନଇ ସହମତି େହାଇଥିଲା। କାରଣ େଯଉଁମାେନ ଋଣ କରିନାହାନ୍ତି, େସମାନଙ୍କୁ ବୀମା ଅର୍ଥ ଦିଆଯାଉନି। େଯତେବେଳେ ଚାଷୀମାେନ ଫସଲ ହାନି କାରଣରୁ ବୀମା ଅର୍ଥ ପାଇବା କଥା, େସତେବେେଳ ଚାଷୀକୁ କଂପାନିମାେନ କହୁଛନ୍ତି, ବୀମା େହାଇପାରିନାହିଁ, ଏଣୁ ପ୍ରିମିୟମ ଅର୍ଥ େଫରାଇ ନେଇଯାଅ। ଋଣ େନଇଥିବା ଚାଷୀଙ୍କ େକ୍ଷତ୍ରରେ ମଧ୍ୟ ଦୁର୍ଦଶା କିଛି କମ୍ ନାହିଁ।
ରାଜ୍ୟ ସରକାର ମରୁଡି ସହାୟତା େଘାଷଣା କରିସାରିଥିବା େବଳେ ମରୁଡି ଆକଳନ େନଇ ପ୍ରଶ୍ନ ଉଠାଇଛନ୍ତି ବିେରାଧୀ ଦଳ। ଶ୍ରୀ ମିଶ୍ର କହିଛନ୍ତି, ଆକଳନ ଠିକ୍ ଭାବେ େହାଇନାହିଁ। ବହୁ ସ୍ଥାନରେ ବିଭିନ୍ନ କାରଣରୁ ଫସଲ ନଷ୍ଟ େହାଇଛି। ଧାନ କଟା ସବୁଜାଗାରେ ସରିନାହିଁ। ଚାଷୀଙ୍କୁ ବିଭ୍ରାନ୍ତ ପାଇଁ ସରକାର ଅଧାପନ୍ତରିଆ ଭାବେ ଆକଳନ କରି ପ୍ୟାେକଜ େଘାଷଣା କରିଛନ୍ତି।
ଚାଷୀଙ୍କ ପ୍ରାଇସ୍, େପ୍ରଷ୍ଟିଜ୍ ଓ ପେନସନ୍ ଦାବିକୁ ଯୁକ୍ତିଯୁକ୍ତ େବାଲି ଦର୍ଶାଇ ବିେରାଧୀ ଦଳ େନତା କହିଥିେଲ, ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ େହଲା େଯ କ୍ବିଣ୍ଟାଲ ପିଛା ଧାନର ମୂଲ୍ୟ ୨୯୩୦ ଟଙ୍କା କରାଯାଉ। ପ୍ରଧାନମନ୍ତ୍ରୀଙ୍କୁ େଭଟିବା ଲାଗି ବାରମ୍ବାର ଚିଠି େଲଖାଗଲା। ମାତ୍ର େଭଟିବା ଲାଗି ପ୍ରଧାନମନ୍ତ୍ରୀ ଆଗ୍ରହ େଦଖାଉନାହାନ୍ତି। ଗୃହରେ ସର୍ବସମ୍ମତ ପ୍ରସ୍ତାବ ପାରିତ ଆଧାରରେ ଏ ଚିଠି କରାଯାଇଥିଲା। ଓଡ଼ିଶାର କୃଷକଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ସମ୍ମାନ ଏମିତି। ବିଧାନସଭା କମିଟିକୁ ପ୍ରାପ୍ତି ସ୍ବୀକାର ପତ୍ରଟିଏ ବି େଦବେ ନାହିଁ।
ବିେରାଧୀ ଦଳ େନତା କହିଥିେଲ, ସ୍ବାମୀନାଥନ୍ କମିଟି ସୁପାରିସ ଆଧାରରେ ବିେଜପି ନିର୍ବାଚନ ଆଗରୁ େଘାଷଣା କରିଥିଲା େଯ ସରକାରକୁ ଆସିଲେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର େଦଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିେବ। ବର୍ତମାନ ଧାନର ଦର କ୍ବିଣ୍ଟାଲ ପିଛା ୧୭୫୦ ଟଙ୍କା ରହିଛି। ରାଜ୍ୟ ସରକାର ଧାନର ଉତ୍ପାଦନର ମୂଲ୍ୟ ୨୩୪୪ ଟଙ୍କା େବାଲି ଦର୍ଶାଇଛନ୍ତି। ଏମିତିକି େକନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟ ଯାହା ଉେଲ୍ଲଖ କରିଛନ୍ତି, ତାକୁ ବିଚାରକୁ େନଲେ ଧାନର ମୂଲ୍ୟ କ୍ବିଣ୍ଟାଲ ପିଛା ୨୧ଶହ ଟଙ୍କା େହାଇଥାନ୍ତା। େକନ୍ଦ୍ର ସରକାର ଗୃହ କମିଟି ସହିତ ଆେଲାଚନା କରିବା ଲାଗି ସମୟ େଦଉନାହାନ୍ତି, େସଣେ ରାଜ୍ୟର େକବଳ ମତ େନଉଛନ୍ତି ଓ କାରଣ ନ ଦର୍ଶାଇ ଅଗ୍ରାହ୍ୟ କରିେଦଉଛନ୍ତି। ଏହାହିଁ ସୂଚାଇ େଦଉଛି େକନ୍ଦ୍ର ଚାଷୀଙ୍କ ପ୍ରତି େକତେ ଦରଦି।
ଶ୍ରୀ ମିଶ୍ର କହିଥିେଲ, ରାଜ୍ୟ ସରକାର ମଧ୍ୟ ଏ େକ୍ଷତ୍ରରେ ନିଜ େଦାଷ ଝାଡିପାରିେବ ନାହିଁ। ଅନ୍ୟ ରାଜ୍ୟମାେନ େବାନସ େଦଉଥିବା େବଳେ ଓଡ଼ିଶା କାହିଁକି ପଛଘୁଞ୍ଚା େଦଉଛି? େସହିଭଳି ଚାଷୀଙ୍କୁ ୬୦ ବର୍ଷ ହେେଲ ୫୦୦୦ ଟଙ୍କା େପନସନ୍ େଦବା କଥା ଦାବି କରାଯାଉଛି। ସରକାର ଏ େନଇ ପଦକ୍ଷେପ େନବା ଉଚିତ। େସ େଯତେବେଳେ ଆଇନ ଆେୟାଗର ସଦସ୍ୟ ଥିଲେ ଏକ ପ୍ରକଳ୍ପ ରିେପାର୍ଟ ଦାଖଲ କରାଯାଇଥିଲା। ଏଥିେର କୁହାଯାଇଥିଲା େଯ ଆମଦାନି ଓ ରପ୍ତାନି େହଉଥିବା ଫଳ ଉପରେ ଅଧିକ ଟିକସ ଲଗାଗଲେ େଯଉଁ ଅର୍ଥ ଆସିବ, େସଥିରେ ଚାଷୀଙ୍କୁ େପନସନ୍ େଦବାରେ କୌଣସି ସମସ୍ୟା େହବନାହିଁ।
ସବୁଠାରୁ ଗୁରୁତ୍ବ କଥା େହଲା, ଚାଷୀଙ୍କୁ ପୁଲିସ ଲଗାଇ ଅଟକାଯିବ ଓ ରାଜଧାନୀରେ ଆେନ୍ଦାଳନ କରିବାକୁ ମନା କରାଯିବ? ଓକିଲ ଦୁଇମାସ ଧରି ଆନ୍ଦୋଳନ କଲେ। େଲାେକ ନାହିଁ ନ ଥିବା ଦୁର୍ଦଶା ସାମ୍ନା କଲେ। େସ େକ୍ଷତ୍ରରେ ଯଦି ସରକାର ଚୁପ୍ ବସିଲେ ଚାଷୀ େକ୍ଷତ୍ରରେ ଦମନଲୀଳା କାହିଁକି? ଏହା ସୂଚାଉଛି େଯ ସରକାରଙ୍କର ଓକିଲଙ୍କ ପ୍ରତି ସମ୍ମାନ ଅଛି ଓ ଚାଷୀଙ୍କ ପ୍ରତି ନାହିଁ।
ଚାଷ ଓ ଚାଷୀ ସଂପର୍କରେ ଏତେ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆେଲାଚନା ଲାଗି ବିେରାଧୀ ଦଳ ଦାବି କରୁଥିଲା। ଯଦିଓ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିେଲ, ତଥାପି ପ୍ରଶ୍ନକାଳରୁ ଆେଲାଚନା ଆରମ୍ଭ କରିଥିଲେ, ପ୍ରସଙ୍ଗର ଗୁରୁତ୍ବ ଟିକିଏ ବଢିଥାନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/as2-2.jpg)