ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ଓଡ଼ିଶା ପୁରସ୍କୃତ

ଭୁବନେଶ୍ବର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ସୂଚକାଙ୍କରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ୍ସପ୍ରେସ୍ ହେଲ୍‌ଥକେୟାର ସଭାରେ ଶୁକ୍ରବାର ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଦେଶର ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରଦର୍ଶିତ ଉପଲବ୍ଧିକୁ ଆଧାର କରି କେରଳ, ଝାଡ଼ଖଣ୍ଡ, ତାମିଲନାଡ଼ୁ ଓ ଆସାମ ଭଳି ରାଜ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ଅପରପକ୍ଷରେ ସ୍ବାସ୍ଥ୍ୟ ସଂପର୍କିତ ବିଭିନ୍ନ ସୂଚକାଙ୍କରେ ଦୃଷ୍ଟାନ୍ତମୂଳକ ସଫଳତା ପାଇଁ ଓଡ଼ିଶାକୁ ଏହି ସ୍ବୀକୃତି ମିଳିଛି। ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ଆୟୋଜିତ ଏହି ସମାବେଶରେ ନୀତି ଆୟୋଗର ସଦସ୍ୟ ଡା.ଭି.କେ ପଲ୍ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପୂର୍ବତନ ସଚିବ ସୁଜାତା ରାଓଙ୍କ ସମେତ ତାମିଲନାଡ଼ୁ, ଝାଡ଼ଖଣ୍ଡ ଓ ଗୁଜୁରାଟ ଆଦି ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର