ମାଟ୍ରିକ ପରୀକ୍ଷା ଉପରେ ଓଡ଼ିଶା ବନ୍ଦ୍‌ର କୌଣସି ପ୍ରଭାବ ନାହିଁ: ଗଣଶିକ୍ଷା ସଚିବ

ଭୁବନେଶ୍ୱର: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ମାଟ୍ରିକ୍‌ ପରୀକ୍ଷା ଉପରେ ଓଡ଼ିଶା ବନ୍ଦ୍‌ର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଗତକାଲି ସନ୍ଧ୍ୟାସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ୍‌ ସେଣ୍ଟର୍‌ଗୁଡ଼ିକରେ ପହଞ୍ଚି ସାରିଛି। ସେଠାରୁ ଆସନ୍ତାକାଲି ସକାଳ ୬ଟାରୁ ୮: ୩୦ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯିବ।

ପ୍ରଶ୍ନପତ୍ର ସବୁର ସୁରକ୍ଷା ଓ ଦାୟିତ୍ୱ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର