ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦଶର୍ନ କରି ରାସ୍ତାରେ ଯାହାକିଛି ସ୍ୱଳ୍ପ ଯାନବାହନ ଚଳାଚଳ କରୁଛି ତାହାକୁ ଅଟକାଉଛନ୍ତି।
ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କପଥରେ ବସ୍, ଟ୍ରକ୍, କାର୍ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମ ଚଳାଚଳ କରୁନାହିଁ।
ରେଳଚଳାଚଳ ମଧ୍ୟ ବନ୍ଦ ରହିଛି। ଦୋକାନ ବଜାର ମଧ୍ୟ ଖୋଲି ନାହିଁ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବନ୍ଦର ପ୍ରଭାବ ଅନୁଭୂତ ହେଉଛି।
ରାଜନୈତିକ ଦଳ କଂଗ୍ରେସ ଓ ଭାଜପା କୃଷକମାନଙ୍କର ବନ୍ଦ ପାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହ ଯୋଗ ଦେଇଛି।
ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।