ଭୁବନେଶ୍ବର: ଓଡିଶାରେ ବନ୍ଦ ପାଳନ ଯଦିଓ ନୂଆ ନୁହେଁ କିନ୍ତୁ ଅନେକ ଦିନ ପରେ ଓଡିଶାକୁ ଫେରିଛି ‘ବନ୍ଦ’ ଫିଭର । ଆଉ ଯାହାର ତାତି ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆପଣ ଯଦି ଟିକେ ଭଲଭାବେ ଓଡିଶାର ଅତୀତକୁ ଏବଂ ଘଟଣାକ୍ରମ ଉପରେ ଆଖି ବୁଲାଇ ଆଣିବେ ଆପଣ ଦେଖିବେ ପ୍ରାୟ ଅନେକ ବର୍ଷ ହୋଇଯିବ ଏମିତି ଓଡିଶାରେ ବନ୍ଦ ପାଳନ ହୋଇନି । ଯଦିଓ କାଁ ଭାଁ ବିଜେପି ପକ୍ଷରୁ କିମ୍ବା ଅନ୍ୟାନ୍ୟ ଦଳ ପକ୍ଷରୁ କେବେ କେବେ ବନ୍ଦ ଡାକରା ଦିଆଯାଇଛି ମାତ୍ରା ସେତେ ପ୍ରଭାବଶାଳୀ ହୋଇନି ।
/filters:format(webp)/sambad/media/media_files/2025/07/17/new-project-13-2025-07-17-13-13-35.jpg)
ପ୍ରାୟ ଅନେକ ଦିନ ପରେ ପୁଣି ଥରେ ସାରା ଓଡିଶାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ହୁଏତ ବିଗତ ବର୍ଷ କିମ୍ବା ବିଗତ ଦିନମାନଙ୍କରେ ବିରୋଧୀମାନେ ନିଜ ଭୂମିକାକୁ ପ୍ରଭାବୀ ଢଙ୍ଗରେ ପରିଚାଳିତ କରିପାରିନଥିବେ କିମ୍ବା କଂଗ୍ରେସ ବର୍ତ୍ତମାନ ପରି ପୂର୍ବରୁ ଏଭଳି ବନ୍ଦ ପାଇଁ ବଳ ଗୋଟାଇ ପାରିନଥିବ । ତାର କାରଣ ତର୍ଜମା କଲେ ଅନେକ ଦିଗ ଆସିବ । ନେତୃତ୍ବ ଠାରୁ ଆରମ୍ଭ କରି କଂଗ୍ରେସ ଭିତରେ ଫାଟ ହିଁ ଦଳର ବଳକୁ କମାଇବାର ଅନେକ ଥର ଦେଖିବାକୁ ମିଳିଛି । ମାତ୍ର ଏବେ କଂଗ୍ରେସ ପୂର୍ବପରି ଓଡିଶାରେ ନାହିଁ । ହାତ ଏବେ ଶକ୍ତିଶାଳୀ ହେଉଛି, ସରକାରଙ୍କୁ ଘେରିବାକୁ କଂଗ୍ରେସ ଆକ୍ରମଣାତ୍ମକ ମୁଦ୍ରାରେ ସଦା ପ୍ରସ୍ତୁତ ରହୁଛି ।
/filters:format(webp)/sambad/media/media_files/2025/07/17/new-project-12-2025-07-17-10-34-04.jpg)
ତେବେ ଖାଲି ବର୍ତ୍ତମାନ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଏପରି ବନ୍ଦ ପାଳନ ହେଉଛି ତାହା ନୁହେଁ ପୂର୍ବରୁ ମଧ୍ଯ ଅତୀତରେ ଅନେକ ଓଡିଶା ବନ୍ଦ ରାଜ୍ୟରେ ବିରାଟ ପ୍ରଭାବ ପକାଇଛି । ନଜର ପକାନ୍ତୁ ସେସବୁ ବନ୍ଦ ଡାକରା ଏବଂ ପ୍ରସଙ୍ଗ ଉପରେ..
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/17/new-project-24-2025-07-17-13-59-01.jpg)