ଭୁବନେଶ୍ବର: ନ୍ୟାୟ ଦିଅ.. ନ୍ୟାୟ ଦିଅ.. ନ୍ୟାୟ ଦିଅ.. ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଜି ଓଡ଼ିଶା ବନ୍ଦ କରିଛି କଂଗ୍ରେସ । ଯାହାକୁ ସମର୍ଥନ କରିଛନ୍ତି ଅନ୍ୟ ବାମପନ୍ଥୀ ଦଳ । ଓଡ଼ିଶା ବନ୍ଦର ପ୍ରଭାବ ଚାରିଆଡ଼େ ଦେଖିବାକୁ ମିଳିଛି । ରାସ୍ତା ଜାମ୍ , ଗାଡ଼ି ମଟର ବନ୍ଦ ଯୋଗୁଁ ନାହିଁନଥିବା ହଇରାଣ ହୋଇଛନ୍ତି ସାଧାରଣ ଲୋକେ । ଅସନ୍ତୋଷ ପ୍ରକାଶ କରିଛନ୍ତି ଦିନ ମଜୁରିଆ । କାରଣ ପର ପାଖେ ମୂଲ ଲାଗି ପେଟ ପୋଷୁଥିବା ବ୍ୟକ୍ତି ଏବଂ କର୍ମଜୀବୀ ଲୋକେ ବନ୍ଦ ପାଇଁ ହନ୍ତସନ୍ତ ହୋଇଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ , ଏମିତି ରାସ୍ତାଘାଟ ଜାମ୍ କରି ଟାୟର ଜାଳିଲେ କ’ଣ ବାଲେଶ୍ବର ପୀଡ଼ିତାଙ୍କୁ ନ୍ୟାୟ ମିଳିଯିବ କି ?
ବାଟବାଟିକା ପ୍ରତିବାଦ ଲୋକଙ୍କୁ ଅହେତୁକ ସମସ୍ୟାରେ ପକାଇଛି । କାହାର ଅଫିସ୍ ଟାଇମ୍ ହୋଇଯାଇଛି ତ କିଏ ଓଡିଶା ବାହାରୁ ଫେରି ରେଳ ଷ୍ଟେସନ, ବିମାନ ବନ୍ଦର ଏବଂ ବସଷ୍ଟାଣ୍ଡରେ ଅଟକି ରହିଛି । ପୁଣି କିଏ ରାସ୍ତାରେ ଘଣ୍ଟା ଘଣ୍ଟା ଜାମରେ ଫସିଛନ୍ତି ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଆଉ ଏତିକି ବେଳେ ଧାରଣା ବେଳେ ନିୟମର କଥା ସାମ୍ନାକୁ ଆସିଛି । ନଜର ପକାନ୍ତୁ ଧାରଣା ଏବଂ ହରତାଳ ବେଳେ କେଉଁ କେଉଁ ନିୟମ ସବୁ ମାନିକା ଦରକାର ।
ଧାରଣା ପାଇଁ ନିୟମ
-ଔଦ୍ୟୋଗିକ ବିବାଦ ଅଧିନିୟମ ୧୯୪୭ ଦେଇଛି ଧାରଣା ଅନୁମତି
- ଔଦ୍ୟୋଗିକ ବିବାଦ ରହିଥିଲେ ଦେଇହେବ ଧାରଣା
-ଉପଯୁକ୍ତ ନିୟମ ମାନି ଧାରଣା ଦେବାକୁ ଅନୁମତି ରହିଛି
-ବନ୍ଦ କିମ୍ବା ହରତାଳ ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବା ଜରୁରୀ
-ଉଚିତ ଢଙ୍ଗରେ ପ୍ରଥମେ ନୋଟିସ୍ ଦେବା ଦରକାର
-ଧାରଣା ବେଳେ ଯେମିତି ଜରୁରୀକାଳୀନ ସେବା ବାଧାପ୍ରାପ୍ତ ନହୁଏ, ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ
-ନିମ ନମାନି ଧାରଣା ଦେବା ଅବୈଧ
-ଏଥିପାଇଁ କର୍ମଚାରୀଙ୍କ ବିରୋଧରେ ହୋଇପାରିବ ଆଇନଗତ ଆକ୍ସନ