ଏସ୍‌ବିଆଇ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ ଇଣ୍ଡେକ୍ସ ରିପୋର୍ଟ: ଓଡ଼ିଶା ପୂର୍ବ-ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉପଲବ୍ଧିର ଆଉ ଏକ ଫର୍ଦ୍ଦ ଆଜି ସାମ୍ନାକୁ ଆସିଛି । ଭାରତୀୟ ଷ୍ଟେଟ୍‌ ବ୍ୟଙ୍କ୍‌ ପକ୍ଷରୁ ୧୯୯୦ରୁ ୨୦୧୭ ପର୍ଯ୍ୟନ୍ତ ତଥ୍ୟକୁ ନେଇ ପ୍ରସ୍ତୁତ ହୋଇଥିବା ଦେଶର ବିଭିନ୍ନ ରାଜ୍ୟର ମାନବ ବିକାଶ ସୂଚକାଙ୍କ (ହ୍ୟୁମାନ୍‌ ହେଭେଲପ୍‌ମେଣ୍ଟ ଇଣ୍ଡେକ୍ସ) ରିପୋର୍ଟରେ ପୂର୍ବ-ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବିବେଚିତ ହୋଇଛି। ଏଥିସହ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ଟି ଭଲ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଛି।

ଉଲ୍ଲେଖଯୋଗ୍ୟ କି ଏହି ରିପୋର୍ଟରୁ ଜାଣିବାକୁ ମିଳିଛି କି ମୁଣ୍ଡ ପିଛା ଆୟର ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବିବେଚିତ ହୋଇଛି। ଅର୍ଥନୈତିକ ଅଭିବୃଦ୍ଧି ହାର ଅଧିକ ଥିବା ହେତୁ ରାଜ୍ୟ ଏହି ପ୍ରଦର୍ଶନ ହାସଲ କରିପାରିଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ସାମାଜିକ କ୍ଷେତ୍ରରେ ଆସୁଥିବା ଅର୍ଥର ବିନିଯୋଗ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ହାସଲ କରିଛି।

ସମ୍ବନ୍ଧିତ ଖବର