ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦୁର୍ବ୍ୟବହାର ଘଟଣା : ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲା ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ବର : ପାଟକୁରାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖରଙ୍କ ଦୁର୍ବ୍ୟବହାର ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛି ଓଡ଼ିଶା ବିକାଶ ପରିଷଦ। ପରିଷଦର ସଭାପତି ସୁଶାନ୍ତ ପାଢ଼ୀ ଏହି ଘଟଣାରେ ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ଶ୍ରୀ ପାଢ଼ୀ ଉଲ୍ଲେଖ କରିଛନ୍ତି ଯେ ପାଟକୁରାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜଣେ ଟିଭି ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଜିଲ୍ଲା ଏସ୍‌ପି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଆଳରେ ସାମ୍ବାଦିକଙ୍କ ସାର୍ଟ କଲର୍‌ ଭିଡ଼ି ଅନ୍ୟ ହାତରେ ମାରିବା ପାଇଁ ହାତ ଉଠାଇବା ପୁଲିସର ଆତଙ୍କରାଜକୁ ପ୍ରମାଣିତ କରୁଛି। ରାଜ୍ୟରେ ଚତୁର୍ଥସ୍ତମ୍ଭ ମଧ୍ୟ ସୁରକ୍ଷିତ ନୁହେଁ। ଗଣତନ୍ତ୍ର ନାଁରେ ଏଠି ଗୁଣ୍ଡାତନ୍ତ୍ର ଓ ପୁଲିସତନ୍ତ୍ରର ଶାସନ ଚାଲିଛି। ମାନବାଧିକାରର ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ମନମାନି ଶାସନ ଚାଲିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ଗୃହ ବିଭାଗର ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦେଶ ପ୍ରଦାନ କରିବା ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର