ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ପତ୍ର ଲେଖି ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଅଭିଯୋଗ କରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଲେଖିଥିବା ଅଭିଯୋଗ ପତ୍ରରେ ବିଜେଡି କହିଛି ଯେ ବିଜେପି ନିର୍ବାଚନ କମିଶନଙ୍କ ଉପରେ ଚାପ ପ୍ରୟୋଗ କରି ‘କାଳିଆ’ ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରା ଯାଉଥିବା ସହାୟତା ରାଶିକୁ ବନ୍ଦ କରିଦେବା ପାଇଁ ଯୋଜନା ଚଳାଇଛି।
Biju Janata Dal writes to State Chief Electoral Officer stating that 'BJP has been pressurizing Election Commission to stop flow of KALIA assistance being provided to over 20 lakh farmers in #Odisha. The party should not be allowed to stop it.' pic.twitter.com/DQ1nVAACte
— ANI (@ANI) March 16, 2019
‘କାଳିଆ’ ଯୋଜନାରେ ରାଜ୍ୟ ସରକାର ନାମମାତ୍ର ଚାଷୀଙ୍କୁ ବାର୍ଷିକ ୧୦, ୦୦୦ ଟଙ୍କା ଏବଂ ଭୂମିହୀନ ଭାଗଚାଷୀମାନଙ୍କୁ ବାର୍ଷିକ ୧୨,୫୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ରାଜ୍ୟର ୨୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି। ନିର୍ବାଚନର ବହୁ ପୂର୍ବରୁ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରୁଥିବାରୁ ଏହାର ନିବାଚନ କିମ୍ବା ନିର୍ବାଚନ ଆଚରଣ ବିଧି ସହ କୌଣସି ପ୍ରକାରର ସଂପର୍କ ନାହିଁ ବୋଲି କହିଛି ବିଜେଡି।