ଭୁବନେଶ୍ବର : ଗତ ୨୪ ତାରିଖ ଖୋର୍ଧା ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆଚରଣ ଓ ସରକାର ତଥା ଶାସକ ଦଳ ଉଦ୍ଦେଶ୍ୟରେ ଉଚ୍ଚାରଣ ବିଜେପି କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ଏହାକୁ ନେଇ ଚର୍ଚ୍ଚା ଶେଷ ନ ହେଉଣୁ, ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଟି ନିଷ୍ପତ୍ତି ରାଜ୍ୟ ବିଜେପିକୁ ପୁଣି କାଠଗଡ଼ାରେ ଛିଡା କରାଇ ଦେଲାଣି। ଏମିତି ଯେ ନେତାମାନେ ବାଉଳିଚାଉଳି ହେବା ଆରମ୍ଭ କରିଛନ୍ତି। କଣ କହିଲେ, କର୍ମୀଙ୍କ ମନରେ ବିଶ୍ବାସ ସୃଷ୍ଟି କରିପାରିବେ, ତାହା ଏବେ ଦଳର ଶୀର୍ଷ ନେତୃତ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲାଣି।

Advertisment

ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ସମାେଲାଚନା କରି ରାଜ୍ୟ ବିେଜପି କୃଷି ଋଣ ଛାଡ କରିବା ଲାଗି ଦାବି ରଖିଆସୁଥିଲା। ହେଲେ ନୂଆବର୍ଷରେ ସାକ୍ଷାତକାର ଦେଇ ଖୋଦ ପ୍ରଧାନମନ୍ତ୍ରୀ ଋଣ ଛାଡ ପ୍ରସଙ୍ଗକୁ କଠୋର ସମାେଲାଚନା କରିଛନ୍ତି। କେବଳ ସେତିକି ନୁହେଁ, ପୁରୀରୁ ଆସନ୍ତା ଲୋକକସଭାରେ ପ୍ରାର୍ଥୀ ହେବା ପ୍ରସଙ୍ଗକୁ ମଧ୍ୟ ମିଡିଆ ସୃଷ୍ଟି ଓ ତୁଚ୍ଛା େସ୍ପକୁଲେସନ ବୋଲି କହିଛନ୍ତି। ଫଳରେ ଉଭୟ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ନେତାମାେନ ଲୋକଙ୍କ ଭିତରେ ଯେଉଁ ଆଶା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ, ତାହା ମଉଳି ଯାଇଛି।

ସଦ୍ୟ ସମାପ୍ତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ହଠାତ୍ ବିଭିନ୍ନ ରାଜ୍ୟର ଶାସନାଧୀନ ସରକାର ଓ ରାଜନୈତିକ ଦଳକୁ ଚାଷୀ ମନସ୍କ କରିଦେଇଛି। ସମସ୍ତେ ଚାଷୀଙ୍କ ବିକାଶ ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରାଇଲେଣି। ଯେହେତୁ କୃଷି ଋଣ ଛାଡ କରିବେ େବାଲି କଂଗ୍ରେସ େନତୃତ୍ବ ଆଶା େଦଖାଇଥିଲେ, ଏଣୁ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ମାତ୍ରକେ ଏଭଳି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛନ୍ତି। ହେଲେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ସାମ୍ନା କରିବାକୁ ଯାଉଥିବା ଓଡ଼ିଶା ସରକାର ଏ କ୍ଷେତ୍ରରେ ଦେଶକୁ ଏକ ନୂଆ ରାସ୍ତା େଦଖାଇଥିଲେ। କୃଷି ଋଣ ଛାଡ ନ କରି ଚାଷୀଙ୍କୁ ଆର୍ଥିକ ସହାୟତା ଦେବାକୁ କାଳିଆ େଯାଜନା େଘାଷଣା କରିଥିଲେ।

ସ୍ବାଭାବିକ ଭାବେ ଉଭୟ କଂଗ୍ରେସ ଓ ବିେଜପି ଏହାକୁ ସମାେଲାଚନା କରିଥିଲେ। ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରକୁ ଆସିବା ମାତ୍ରେ କୃଷି ଋଣ ଛାଡ ସହିତ ସହାୟତା ପ୍ରତିଶ୍ରୁତି ଦେଇଛନ୍ତି। ଏଭଳିସ୍ଥଳେ ଅକଳରେ ପଡି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ େଘାଷଣା କରିଥିଲେ େଯ ଦଳ ସରକାରକୁ ଆସିଲା ମାତ୍ରେ କୃଷି ଋଣ ଛାଡ କରାଯିବ।

ନୂଆ ବର୍ଷ ଅବସରରେ େଦଶବାସୀଙ୍କ ସାମ୍ନାରେ ସାକ୍ଷାତାକାର େଦଇ ପ୍ରଧାନମନ୍ତ୍ରୀ କିନ୍ତୁ ଭିନ୍ନ ମତ ରଖିଛନ୍ତି। କଂଗ୍ରେସ ଶାସିତ ରାଜ୍ୟ କୃଷି ଋଣ ଛାଡ କରିବା ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଗଭୀର ସମାେଲାଚନା କରିଛନ୍ତି। ଏହାକୁ ଲଲିପପ େବାଲି କହିଛନ୍ତି। କେବଳ ସେତିକି ନୁହେଁ, ୧୯୮୦ ଦଶକର େଶଷଭାଗର ଏଭଳି ନିଷ୍ପତ୍ତି ଏବଂ ୨୦୦୯ ନିର୍ବାଚନ ପୂର୍ବରୁ କଂଗ୍ରେସର କୃଷି ଋଣ ଛା଼ଡ କଥା ବି ଉଠାଇଛନ୍ତି। େମାଦୀ ସ୍ପଷ୍ଟ ଭାବେ କହିଛନ୍ତି, ଏହାଦ୍ବାରା ସବୁ ଚାଷୀ ଉପକୃତ ହେବେ ନାହିଁ। ଚାଷୀଙ୍କୁ ଋଣ ନୁହେଁ, ଆର୍ଥିକ ସହାୟତା ଦରକାର। ପୂର୍ବରୁ କାଳିଆ େଯାଜନା େଘାଷଣା କଲାବେଳେ ମୁଖ୍ୟମନ୍ତ୍ରୀ ସମାନ କଥା କହିଥିଲେ। ପରିସଂଖ୍ୟାନ ଦେଇ ଦର୍ଶାଇଥିଲେ, ଋଣ ଛାଡ କରିଥିଲେ ୮ଲକ୍ଷ େଲାକ ଲାଭ ପାଇଥାନ୍ତେ,ଏବେ ୩୨ଲକ୍ଷ ଚାଷୀ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ମତ ସ୍ପଷ୍ଟ କରିଦେବା ପରେ ରାଜ୍ୟ ବିଜେପି ନେତାମାନେ ଦ୍ବନ୍ଦ୍ବରେ ପଡିଛନ୍ତି। ରାଜନୈତିକ ମହଲ କହିବା କଥା, ପ୍ରଧାନମନ୍ତ୍ରୀ େଯତେବେଳେ ଋଣ ଛାଡ ବିେରାଧୀ, ସେତେବେଳେ ଓଡ଼ିଶାରେ ଦଳ ସରକାରକୁ ଆସିବା ପରେ ବି କୃଷି ଋଣ ଛାଡ କରିବା ସମ୍ଭାବନା କ୍ଷୀଣ। ଏମିତିରେ େଗାଟିଏ ପ୍ରସଙ୍ଗରେ େକନ୍ଦ୍ର-ରାଜ୍ୟ େନତୃତ୍ବର ଅଲଗା ନିଷ୍ପତ୍ତି ପରେ ସନ୍ଦେହ େହବା ସ୍ବାଭାବିକ େଯ େମାଦୀଙ୍କୁ ଛାଡି କାହା ରାସ୍ତାରେ ରାଜ୍ୟ ବିେଜପି ଚାଲିଛି।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ତାଙ୍କ ମତ ସ୍ପଷ୍ଟ କରିସାରିବା ପରେ ବି ରାଜ୍ୟ ବିଜେପି ନେତା ନିଜ ମତ ବଦଳାଇବାକୁ ଚାହୁଁନାହାନ୍ତି। ତଥାପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଓଡ଼ିଶାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଚାଷୀ ଏବେ ଋଣଗ୍ରସ୍ତ। ଚାଷ ଜମିକୁ ଜଳ ସେଚନ ହୋଇପାରି ନାହିଁ। ସେହି କାରଣରୁ ଏବେ ଋଣ ଛାଡ଼ ଏକ ପ୍ରସଙ୍ଗ ହୋଇଛି। ରାଜ୍ୟରେ ବିଜେପି ଶାସନକୁ ଆସିଲେ କୃଷି ଋଣ ଛାଡ଼ କରିବ।’’

ଅନ୍ୟପକ୍ଷରେ ଦଳୀୟ ନେତୃତ୍ବ ଗତ ସାଢେ ଚାରିବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି, ଅଥଚ ବିେଜଡିର ବିକଳ୍ପ ଭାବେ ୧୪୭ ନିର୍ବାଚନମଣ୍ଡଳୀରେ ଉଭା େହାଇପାରିନାହାନ୍ତି। କାରଣ ବିେଜଡି ଭଳି ରାଜ୍ୟ ବିେଜପିରେ ମୁଖ୍ୟମନ୍ତ୍ରୀଙ୍କ ସମସ୍କନ୍ଧ େନତା ସୃଷ୍ଟି େହାଇପାରିନାହାନ୍ତି। କୌଣସି ଆକର୍ଷଣୀୟ େଚହେରା ନ ଥିବାରୁ ବିଜେପି ଏ େକ୍ଷତ୍ରରେ େକନ୍ଦ୍ରୀୟ େନତୃତ୍ବକୁ ଭରସା କରିଛି। ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭାଷଣ ବିେଜପିର ଆଶାବାଡି ସାଜିଛି। ଏମିତି େକ୍ଷତ୍ରରେ ଦଳର କର୍ମୀଙ୍କୁ ଉତ୍ସାହ େଦବା ଲାଗି ଗତ ଦୁଇ ବର୍ଷ ହେଲାଣି, ପୁରୀରୁ େମାଦୀ ପ୍ରାର୍ଥୀ େହାଇପାରନ୍ତି େବାଲି କୁହାଯାଉଥିଲା। ଦଳର େନତାମାନେ ତୁହାକୁ ତୁହା ଏମିତି ପ୍ରଚାର କରୁଥିଲେ। ପ୍ରମାଣ କରିବାକୁ ଉଦ୍ୟମ କରାଯାଉଥିଲା େଯ େମାଦୀଙ୍କ େଫାକସରେ ଓଡ଼ିଶା ରହିଛି।

ହେଲେ ସାକ୍ଷାତାକାର ଅବସରରେ ପ୍ରଧାନମନ୍ତ୍ରୀ ଏଭଳି ଚର୍ଚ୍ଚାର ଆଧାର ମିଡିଆ େବାଲି ଠାରିଛନ୍ତି। କହିଛନ୍ତି, ସେମାନଙ୍କୁ ପ୍ରତିଦିନ କିଛି େଲଖିବା ଦରକାର। ଏହା ସ୍ପେକୁଲେସନ ଛଡା କିଛି ନୁହେଁ। ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ବିଜେପି େନତାଙ୍କ ସମସ୍ୟା ବଢାଇ େଦଇଛି। ପ୍ରଧାନମନ୍ତ୍ରୀ ସିଧା ସିଧା ନିଜ ଆଭିମୁଖ୍ୟ ଜଣାଇବା ପରେ ବି ଆଜି ବିଧାୟକ ଶ୍ରୀ ପୁରୋହିତ କହିଛନ୍ତି, ପ୍ରଧାନମନ୍ତ୍ରୀ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢ଼ିବା ନେଇ ୯୦ ପ୍ରତିଶତ ସମ୍ଭାବନା ରହିଛି। ସେ କହିଛନ୍ତି,“୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭରୁ ମୋଦୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସଫଳ ହୋଇଥିଲେ ଓ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ପରେ ସେ ମହାପ୍ରଭୁଙ୍କୁ ଦର୍ଶନ କରି ଯାଇଥିଲେ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବହୁ ଭଲ ପାଉଛନ୍ତି। ସେଥିପାଇଁ ସେ ଓଡ଼ିଶାକୁ ବେଶି ଅନୁଦାନ ଦେଇଛନ୍ତି। ତାଙ୍କ ଲାଗି ରାଜ୍ୟରେ ବହୁ ଜାତୀୟସ୍ତରର ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇପାରିଛି। ପୂର୍ବାଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ସେ ସ୍ୱପ୍ନ ଦେଖିଛନ୍ତି। ତାକୁ ସାକାର କରିବା ପାଇଁ ସେ ପୁରୀରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। କିନ୍ତୁ ସବୁ ନିଷ୍ପତ୍ତି ସଂସଦୀୟ କମିଟି ନେବ େବାଲି ରକ୍ଷଣାତ୍ମକ ଉତ୍ତର ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, କୃଷିଋଣ ଛାଡ଼ ପ୍ରସଙ୍ଗକୁ ଆଜି ଅର୍ଥମନ୍ତ୍ରୀ ଶଶୀଭୂଷଣ େବହେରା ସିଧାସଳଖ ଅସ୍ବୀକାର କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ଚାଷୀମାନଙ୍କୁ ଋଣ ଛାଡ଼ ନୁହେଁ, କୃଷି ସହାୟତା ଦରକାର । ରାଜ୍ୟର ସବୁ କୃଷକମାନଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ସହାୟତା କରିବା ପାଇଁ ପଦକ୍ଷେପ ନିଆଯାଇଛି। କୃଷିଋଣ ଛାଡ଼ କଲେ ସମସ୍ୟାର ସମାଧାନ ହେବ ନାହିଁ।