ରାହୁଲଙ୍କ ଭାଷଣ ସଇତାନର ବେଦପାଠ: ବିଜେପି

ଭୁବନେଶ୍ବର : ଭୁବନେଶ୍ବର ଆସି ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେପରି ଟାର୍ଗେଟ କରି କହିଲେ ତାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ସ୍ବାଧୀନତାର ୭୦ବର୍ଷ ପରେ ଓଡ଼ିଶାର ଦାରିଦ୍ରତା ପାଇଁ କଂଗ୍ରେସ ମୁଖ୍ୟତଃ ଦାୟୀ । ଓଡ଼ିଶା ଗରିବ ଓ ଗରିବଙ୍କୁ ସାହାଯ୍ୟ କରିବା କଥା ରାହୁଲ ଗାନ୍ଧୀ କହିବା ସଇତାନର ବେଦପାଠ ସହ ସମାନ ବୋଲି କହିଛନ୍ତି ଶ୍ରୀ ମହାନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦୀର୍ଘ ବର୍ଷ ଧରି ଓଡ଼ିଶା ଶାସନରେ ରହି କଂଗ୍ରେସ ଦଳ ରାଜ୍ୟକୁ ୭୦ ବର୍ଷ ପଛକୁ ଠେଲିଦେଇଛି । ଯେଉଁମାନେ ଓଡ଼ିଶାକୁ ଲୁଟ କରିଛନ୍ତି, ସେମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାର ଯୁବକ ଓ ଗରିବଙ୍କ ଭାଗ୍ୟ ପରିବର୍ତ୍ତନ ନହେବାର ମୁଖ୍ୟ କାରଣ ହେଉଛି କଂଗ୍ରେସ । ଓଡ଼ିଶାର ପିସିସି ସଭାପତିଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ସମନ ଜାରି କରିବା ନେଇ ରାହୁଲ ଗାନ୍ଧୀ ଉତ୍ତର ରଖିବା ଦରକାର ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର