ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଓଡ଼ିଆ ପୁଅ ୟଶ ମିଶ୍ର। ଭୁବନେଶ୍ବରର ବାସିନ୍ଦା  ୟଶଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ  ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଅ‌ାୟ‌ୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୟଶଙ୍କ ସମେତ ଅନ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ଭୁବନେଶ୍ବର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲରେ ପଢ଼ି ସାରିଥିବା ୟଶ ଅଧ୍ୟୟନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ଏହି ପୁରସ୍କାର ପାଇବା ଲାଗି ମନୋନୀତ କରାଯାଇଛି। ତାଙ୍କୁ  ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ, ମେଡାଲ, ଟାବଲେଟ୍, ପ୍ରମାଣପତ୍ର ଏବଂ ଏକ ପ୍ରଶଂସା ପତ୍ର ମିଳିଛି।

ଡିଏଭି ଚନ୍ଦ୍ରଶେଖରପୁରରେ ପଢ଼ା ସାରି ୟଶ ଏବେ କୋଟାର ସାର୍ ପଦମପତ ସିଙ୍ଘାନିଆ ସ୍କୁଲରେ ପଢ଼ୁଛନ୍ତି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସିଙ୍ଗାପୁର ଏସିଆନ୍ ମ୍ୟାଥେମେଟିକ୍ସ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୦୦ଟି ପୁରସ୍କାର ଜିତି ସାରିଥିବା ବେଳେ ୨୦୦ଟି ପଦକ ହାସଲ କରି ସାରିଛନ୍ତି।

publive-image

ମିଳିଥିବା ସୂଚନା ମୁତାବକ, ୧୦ଜଣ ଝିଅଙ୍କ ସମେତ ୨୨ଜଣଙ୍କୁ ଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ପ୍ସମାଜସେବା, କଳା, ସଂସ୍କୃତି ଓ କ୍ରୀଡ଼ା  କ୍ଷେତ୍ରରେ ଉତ୍କର୍ଷତା ଓ ଉଲ୍ଲେଖନୀୟ କୃତିତ୍ବ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନ ଦିଆଯାଇଥାଏ।