ଭୁବନେଶ୍ୱର: ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୨୦୧୯ର ଛାତ୍ରଛାତ୍ରୀ ନିଜନିଜ ମାଟ୍ରିକ ପରୀକ୍ଷା ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଓଡ଼ିଶା ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ମଇ ୨୦ ତାରିଖରେ ଜାରି କରିବ। ଛାତ୍ରଛାତ୍ରୀ ନିଜ ପରୀକ୍ଷାଫଳ ଅଧିକାରିକ େଓ୍ଵବସାଇଟ orissaresults.nic.in କିମ୍ବା bseodisha.nic.in ରେ ଯାଇ ଦେଖି ପାରିବେ।

Advertisment

ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୧୦ଶ୍ରେଣୀ ପରୀକ୍ଷା ଫଳ ମଇ ୨୦ ସୋମବାର ୯.୩୦ ଘଟିକାରେ ଜାରି କରିବାର ସୂଚନା ରହିଛି। ଗତବର୍ଷ ମଇ ୭ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ପରୀକ୍ଷା ୨୦୧୯ ମାର୍ଚ୍ଚ ୨ରେ ଶେଷ ହୋଇଥିଲା।
୧୦ ପରୀକ୍ଷା ୨୦୧୯ ମାର୍ଚ୍ଚ ୨ରେ ଶେଷ ହୋଇଥିଲା।

publive-image Hindustan Times

ଏହି ସବୁ େଓ୍ଵବସାଇଟ୍‌କୁ ଯାଇ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଫଳ ଦେଖି ପାରିବେ
୧. bseodisha.nic.in
୨. orissaresults.nic.in
୩. bseodisha.ac.in
୪. examresults.net

publive-image Lokmat News Hindi

କେମିତି ଦେଖି ପାରିବେ ପରୀକ୍ଷା ଫଳ

୧. ଛାତ୍ରଛାତ୍ରୀ ପ୍ରଥମେ ନିଜ ପରୀକ୍ଷା ଫଳ ଦେଖିବା ପାଇଁ orissaresults.nic.in, bseodisha.nic.in େଓ୍ଵବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

୨. େଓ୍ଵବସାଇଟ୍‌ରେ ଲଗଇନ୍‌ କରିବା ପାଇଁ ଆପଣଙ୍କୁ ରେଜଲ୍ଟର ଲିଙ୍କ୍‌ ଦେଖାଇବ। ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
୩. ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ନିଜ ରୋଲ ନମ୍ବର ଦିଅନ୍ତୁ।
୪.ଏହାପରେ ଆପଣଙ୍କ ପରୀକ୍ଷା ଫଳ ନିଜ ସ୍କ୍ରିନ୍‌ରେ ଆସିଯିବ।
୫. ଏହଠାରୁ ଆପଣ ରେଜଲ୍ଟର କପି ବି ବାହାର କରି ପାରିବେ।

ଏଥିସହିତ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଏସ୍‌ଏମ୍‌ଏସ୍‌ ଜରିଆରେ ବି ପାଇ ପାରିବେ। ତେବେ ଛାତ୍ରଛାତ୍ରୀଙ୍କୁ RESULTROLLNO ଲେଖି ୫୬୨୬୩କୁ ସେଣ୍ଡ କରିବାକୁ ପଡ଼ିବ।