ସ୍ବଭାବ କବିଙ୍କ କବିତା ମନେ ପକାଇଲେ

ବଜେଟ୍‌ ଉପସ୍ଥାପନ କରିବାର ଶେଷ ଭାଗରେ ଦୁଇଟି କବିତା ପଢ଼ିଥିଲେ ଅର୍ଥ ମନ୍ତ୍ରୀ। କୃଷି ବଜେଟ୍‌ ଉପସ୍ଥାପନ ବେଳେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଦ୍ବାରା କୃଷିର ମହିମା ସମ୍ପର୍କିତ କବିତାକୁ ମନ୍ତ୍ରୀ ପଢ଼ିଥିଲେ, ‘କୃଷି ତୋର ବେଦ କୃଷି ତୋ ପୁରାଣ, କୃଷି ବିନା ରହି ନ ପାରଇ ପରାଣ, କୃଷି ଘେନି ନୃପତି କୃଷି ଘେନି ସଭ୍ୟ, କୃଷି ବଳେ ଆୟୁ ଶ୍ରୀ ସମ୍ପଦ ସକଳ ହୁଏ ଲଭ୍ୟ ହେ’। ସେହିପରି ସାଧାରଣ ବଜେଟ୍‌ ଉପସ୍ଥାପନ ବେଳେ ବି ସ୍ବଭାବ କବିଙ୍କ ଆଉ ଏକ କବିତାକୁ ଉଦ୍ଧୃତ କରି କହିଥିଲେ, ‘ଉଠ ଭାଇ ଉଠ ନବୀନ ଆଲୋକେ, ଶୋଇଥିଲେ ଚାହିଁ ହସୁଥିବେ ଲୋକେ, ଶୁଭ କର୍ମପଥେ ହୁଅ ଅଗ୍ରସର, ଚକ୍ଷୁ ମିଳିବାକୁ ନାହିଁ ଅବସର। ମାତୃଭୂମି ମାତୃଭାଷାର ବଦନ, ଦୀପ୍ତ କର ଦେଇ ଧନ ଧାନ୍ୟ ମନ।’

ସଂକ୍ଷେପରେ…

ମୋଟ ବଗେଜଟ୍‌ ବ୍ୟୟରେ ପ୍ରମୁଖ ୧୦ ବିଭାଗର ଭାଗ ୬୫.୫୪%
ରାଜ୍ୟର ମୋଟ ରାଜସ୍ବ ଆୟ ଆକଳନ ୧,୧୫,୨୬୬ କୋଟି ଟଙ୍କା
ରାଜ୍ୟର ନିଜସ୍ବ ଆୟ ଆକଳନ ୪୫,୫୦୦ କୋଟି ଟଙ୍କା
କେନ୍ଦ୍ରରୁ ମିଳିବ ମୋଟ ୬୯, ୭୬୬ କୋଟି ଟଙ୍କା
ବଜେଟର ହାରାହାରି ବ୍ୟୟ ଜିଏସ୍‌ଡିପିର ୨୫.୭% ଯାହା ୨୦୧୧-୧୨ ପରେ ସର୍ବାଧିକ
ବେତନ, ପେନସନ ଓ ସୁଧ ଦେୟ କମିବ
ସାମାଜିକ ଓ ଅର୍ଥନୈତିକ ସେବା କ୍ଷେତ୍ରର ବ୍ୟୟକୁ ବିକାଶମୂଳକ ବ୍ୟୟ କୁହାଯିବ
ସାଧାରଣ ସେବା କ୍ଷେତ୍ରର ବ୍ୟୟକୁ ଅଣ ବିକାଶମୂଳକ ଖର୍ଚ କୁହାଯିବ
ବିକାଶମୂଳକ କ୍ଷେତ୍ରର ଅଟକଳ ୧୮.୬୩%କୁ ବୃଦ୍ଧି
ସ୍ବାସ୍ଥ୍ୟ ଓ ଶିକ୍ଷା ହେଉଛି ପ୍ରମୁଖ ସାମାଜିକ ସେବା କ୍ଷେତ୍ର
କୃଷି ହେଉଛି ପ୍ରମୁଖ ଅର୍ଥନୈତିକ ସେବା କ୍ଷେତ୍ର
କୃଷିରେ ବ୍ୟୟ ପରିମାଣ ଜିଏସ୍‌ଡିପିର ୨.୪% ସ୍ତରକୁ ବୃଦ୍ଧି ପାଇବ

ପ୍ରମୁଖ ୧୦ଟି ବିଭାଗକୁ ଅର୍ଥ ବରାଦ

କୃଷି ଓ ଆନୁସଙ୍ଗିକ ୧୪.୯
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୩.୩
ବିଦ୍ୟାଳୟ ଓ ଗଣଶିକ୍ଷା ୧୧.୮
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୪.୯
ଗୃହ ନିର୍ମାଣ ଓ ପୌର ଉନ୍ନୟନ ୪.୦
ଗ୍ରାମ୍ୟ ଉନ୍ନୟନ ୪.୦
ଗୃହ ୩.୮
ବିପର୍ଯ୍ୟୟ ପରିଚାଳନା ୩.୪
ନିର୍ମାଣ ୨.୯

କେଉଁ ବିଭାଗକୁ କେତେ ମିଳିଲା

ବିଭାଗ     ବଜେଟ୍‌ (କୋଟିରେ)
ସ୍ବରାଷ୍ଟ୍ର ବିଭାଗ ୫୨୯୮.୦୫
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ୪୧୧.୭୪
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ୧୧୩୦.୩୩
ଆଇନ ୪୪୦.୭୮
ଅର୍ଥ ୨୭୯୪୨.୭୨
ବାଣିଜ୍ୟ ୯୩.୩୪
ନିର୍ମାଣ ୪୦୪୯.୨୦
ଓଡ଼ିଶା ବିଧାନସଭା ୮୦.୧୭
ଖାଦ୍ୟ ଯୋଗାଇ ଓ ଖାଉଟି କଲ୍ୟାଣ ୧୧୩୪.୧୫
ବିଦ୍ୟାଳୟ ଓ ଗଣଶିକ୍ଷା ୧୬,୪୦୦
ଏସ୍‌ସି ଆଣ୍ଡ୍‌ ଏସ୍‌ଟି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ୩୬୨୨.୮୪
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୬୭୮୨.୮୫
ଗୃହ ନିର୍ମାଣ ଓ ପୌର ଉନ୍ନୟନ ୫୫୭୮.୭୦
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ୧୯୫.୬୩
କ୍ରୀଡ଼ା ଓ ଯୁବସେବା ୨୬୬.୩୧
ଯୋଜନା ଓ ସଂଯୋଜନ ୧୦୯୩.୯୬
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୮,୪୧୯.୦୩
ସାଧାରଣ ପ୍ରଶାସନ ଓ ଅଭିଯୋଗ(ପେନ୍‌ସନ୍‌ ପ୍ରଶାସନ) ୨.୨୦
ଶିଳ୍ପ ୨୩୭.୩୯
ଜଳ ସମ୍ପଦ ୯,୭୧୩.୪୩
ପରିବହନ ୬୩୯.୫୮
ଜଙ୍ଗଲ ଓ ପରିବେଶ ୯୦୨.୨୩
କୃଷି ଓ କୃଷକ ସଶକ୍ତିକରଣ ୮୭୦୨.୨୭
ଇସ୍ପାତ ଓ ଖଣି ୧୨୨.୨୪
ସୂଚନା ଓ ଲୋକ ସମ୍ପର୍କ ୧୦୫.୩୩
ଅବକାରୀ ୧୨୯.୮୨
ବିଜ୍ଞାନ ଓ ବୈଷୟିକ ଜ୍ଞାନ ୭୦.୧୨
ଗ୍ରାମ୍ୟ ଉନ୍ନୟନ ୫,୫୩୦.୦୯
ସଂସଦୀୟ ବ୍ୟାପାର ୬୩.୩୬
ଶକ୍ତି ୨,୨୫୦.୫୮
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ୧୮୨.୮୨
ପର୍ଯ୍ୟଟନ ୧୯୪
ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ୮୯୪.୫୯
ସମବାୟ ୧,୪୦୩.୫୪
ସାଧାରଣ ଉଦ୍ୟୋଗ ୮.୪୮
ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ୩,୪୫୭.୨୮
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ୧୧୮.୯୦
ଉଚ୍ଚଶିକ୍ଷା ୨,୩୭୫.୩୪
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୭୧୭.୦୪
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୧୯୨.୪୭
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ୩,୧୬୬.୬୨
ବିପର୍ଯ୍ୟୟ ପରିଚାଳନା ୪,୭୦୬.୫୮
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ୧୭୩.୯୦

ସମ୍ବନ୍ଧିତ ଖବର