ଭୁବନେଶ୍ବର: ଚଳିତ ବଜେଟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର । ଗତଥର ଅପେକ୍ଷା ଏଥର ଓଡ଼ିଆ ଅସ୍ମିତାକୁ ଅଧିକ ଫୋକସ ଦେଇ ଓଡ଼ିଆ ଅସ୍ମିତା ପାଇଁ ୩୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଭାଷା ଏବଂ ସାଂସ୍କୃତିକ ସମ୍ପଦ, ଏହାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଭୁବନେଶ୍ୱରରେ ଏକ ବିଶ୍ୱ ମାନର ସଂଗ୍ରହାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି, ଯାହା ଆମର ଗୌରବମୟ ଅତୀତକୁ ପ୍ରଦର୍ଶନ କରିବ। ସାମରିକ କଳା କୌଶଳ 'ଛଉ' ଆମର ଗର୍ବ। ଆମେ ବାରିପଦା ଠାରେ 'ମୟୂରଭଞ୍ଜ ଛଉ ଏକାଡେମୀ' ପ୍ରତିଷ୍ଠା କରିବୁ, ଯାହା ପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରାବଧାନ କରାଯାଇଛି।

Advertisment

ବଜେଟର ଅନ୍ୟ ବଡ଼ କଥା

ସେହିପରି ଅନ୍ୟ ଦିଗ ଉପରେ ବି ଫୋକସ ଦେଇଛନ୍ତି ମୋହନ ସରକାର । ୧୬ ନୂଆ ଯୋଜନା ସହ ବିଭିନ୍ନ ବିଭାଗକୁ ଦେଇଛନ୍ତି ଉପହାର । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ ବି କରାଯାଇଛି ।

*ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା- ୬୩୫ କୋଟି ଟଙ୍କା 
*ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
*ଫିଟ୍ ଓଡ଼ିଶା ମିଶନ- ୧୦ କୋଟି ଟଙ୍କା
*ଡାଲଖାଇ ଯୋଜନା- ୨୨୦ କୋଟି ଟଙ୍କା
*ବାରିପଦାରେ ପ୍ରତିଷ୍ଠା ହେବ ଛଉ ଏକାଡେମି
*ସୁଜଳା ଯୋଜନା- ୮୨୦ କୋଟି ଟଙ୍କା
*ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନା- ୭୩୨ କୋଟି

*ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ- ୫ ହଜାର ୮ କୋଟି
*ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନା- ୧୦୦ କୋଟି
*ସୁଭଦ୍ରା ଯୋଜନା- ୧୦ ହଜାର ୧୪୫ କୋଟି
*ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା- ୬୩୦୯ କୋଟି
*ପର୍ଯ୍ଯଟନ ଭିତ୍ତିଭୂମି ବିକାଶ ପାଇଁ- ୫୦୦ କୋଟି

*ଫୁଲ ନଖରାରେ ହେବ ୨୪ ଘଣ୍ଟିଆ ପ୍ରାଣୀ ଚିକିତ୍ସାଳୟ
*ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ବିଶ୍ବବିଦ୍ୟାଳୟ
*କେନ୍ଦ୍ରପଡା, ଜଗତସିଂହପୁର, ଭଦ୍ରକ, ଝାରସୁଗୁଡ଼ାରେ 
*ମୟୂରଭଞ୍ଜରେ ହେବ ନୂଆ କୃଷି ବିଶ୍ବବିଦ୍ୟାଳୟ
*ରତ୍ନଭଣ୍ଡାର ଖୋଲିବା ପାଇଁ ୫ କୋଟି
*ପିପିଲି ଟୋଲଗେଟ୍ ନିକଟରେ ହେବ ପିପିଲି ଚାନ୍ଦୁଆ ବଜାର
*ରାଜ୍ୟ ଏଆଇ ମିଶନ ପାଇଁ ୨୩ କୋଟି
*ଓଡ଼ିଆ ଅସ୍ମିତା ପାଇଁ ୩୭୪ କୋଟି ଟଙ୍କା
*କ୍ରୀଡ଼ା ଭିତ୍ତିଭୂମି ପାଇଁ ୯୦୦ କୋଟି

*ସ୍ବାସ୍ଥ୍ଯ ବିଭାଗ ପାଇଁ ୨୩୧୮୨ କୋଟି ଟଙ୍କା

*ରେଳ ପ୍ରକଳ୍ପ ଉନ୍ନତି ପାଇଁ ୪୫୦
*ଗ୍ରୀନ ମହାନଦୀ ମିଶନ- ୯୦ କୋଟି
*ପୁରୀରେ ହେବ ବିଶ୍ବ ପର୍ଯ୍ଯଟନ କେନ୍ଦ୍ର
*ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା- ୧୫୦ କୋଟି
*ଆନ୍ତ-ରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି