ବଜେଟ୍‌ ହାଇଲାଇଟସ୍‌: ଜାଣନ୍ତୁ ୨୦୧୯ ବଜେଟ୍‌ର ମୁଖ୍ୟାଂଶ

  • ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ବିଧାନସଭାରେ ଆଜି ଅନ୍ତରୀଣ ବଜେଟ ଉପସ୍ଥାପିତ
  •  ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ 
  •  ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ଅଧିକ
  • କୃଷକଙ୍କ ସମସ୍ୟା ଦୂର କରିବା ପାଇଁ କାଳିଆ ଯୋଜନାର ଘୋଷଣା ହୋଇଛି 
  • କୃଷକ ମାନଙ୍କ ଆୟ ଦ୍ୱିଗୁଣିତ କରିବାରେ ଓଡିଶା ସଫଳ
  • ବିଗତ ୧୮ ବର୍ଷ ମଧ୍ୟରେ ରାଜ୍ୟର ନିଜସ୍ୱ ଆୟ ବଢିଛି
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ବିକାଶ ହୋଇଛି
  • ମଧୁବାବୁ ପେନସନ ଯୋଜନାରେ ୪୮ ଲକ୍ଷ ଲୋକ ସାମିଲ 
  • କାଳିଆ ଯୋଜନା ପାଇଁ ୪୪୬୧ କୋଟି
  • କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି
  • ପିଠା ଯୋଜନାରେ ୪୦୦ କୋଟିର ବ୍ୟବସ୍ଥା
  • ବସୁଧା ଯୋଜନାରେ ୨୯୩୫ କୋଟି 
  • ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି

  • ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି
  • ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି
  • ମମତା ଯୋଜନା ପାଇଁ ୩୦୫ କୋଟି 
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି 
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି 
  • ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୫ କୋଟି 
  • ପାର୍ବତୀ ଗିରି ବୃହତ ଉଠାଜଳସେଚନ ପାଇଁ ୧୭୭୭ କୋଟି 
  • ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି
  • ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି 
  • ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଯୋଜନାରେ ୯୫୯ କୋଟି
  • ୩୩/୧୧ କେ.ଭି ସବ ଷ୍ଟେସନ ପାଇଁ ୫୩୩ କୋଟି
  • ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି
  • ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି 
  • ଉନ୍ନତି ଯୋଜନାରେ ୪୦୧ କୋଟି 
  • ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି
  • ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୫୦ କୋଟି

  • ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୦ କୋଟି
  • ବିହନ ଓ ସାର ପାଇଁ କର୍ପସ ଫାଣ୍ଠି ନିମିତ୍ତ ଅର୍ଥ୨୬୦ କୋଟି
  • ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳ ଉତ୍ତୋଳନ ପାଇଁ ୨୫୦ କୋଟି 
  • ଅନୁସୂଚିି ଜାତି ଓ ଜନଜାତିଙ୍କ ଛାତ୍ରବାସ ନିର୍ମାଣ ପାଇଁ ୨୨୭ କୋଟି
  • କେନାଲ ପ୍ରଣାଳୀର ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ୨୧୦ କୋଟି
  •  ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ୨୦୦ କୋଟି 
  • ରାଜ୍ୟ ରାଜଧାନୀ ଅଞ୍ଚଳରେ ବିଦ୍ୟୁତକରଣ ସୁବିଧା ପାଇଁ ୧୯୦ କୋଟି
  • ଇପିଆର ଅନ୍ତର୍ଗତ ପ୍ରୋତ୍ସାହନ ପାଇଁ ୧୮୮ କୋଟି 
ସମ୍ବନ୍ଧିତ ଖବର