ବଜେଟ ଲାଇଭ : ବଜେଟ ଆକାର ୧ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି

• ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଆଗୁଆ ରହିଛି
• ବଜେଟର ଆକାର ୧ ଲକ୍ଷ ୫୦ ହଜାର କୋଟିକୁ ବୃଦ୍ଧି ପାଇଛି ।
• ଓଡ଼ିଶା ରାଜସ୍ୱ ନିଅଣ୍ଟିଆରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ।
• ସ୍ମାର୍ଟସିଟି ଓ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜନ କରିପାରିଛି ।
• ଜଳବାୟୁ ବଜେଟ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ।
• ୨୦୨୦-୨୧ ଲିଙ୍ଗ ବଜେଟ ଓ ଶିଶୁ ବଜେଟ ପ୍ରସ୍ତୁତ କରାଯାଉଛି । ଏପରି କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।
• ଇ-ବଜେଟ ଆଗତ କରି କାଗଜ ବ୍ୟବହାରକୁ ହ୍ରାସ କରିପାରିଛୁ ।
• ଓଡ଼ିଶାର ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ହେବ ।
• କୃଷି ବଜେଟ : ଓଡ଼ିଶା ଗ୍ରାମ ଓ କୃଷି ବଜେଟ
• କୃଷି ଜିଡିପି ଦ୍ୱି ଗୁଣିତ ହୋଇ ୪.୫ ପ୍ରତିଶତ ହୋଇଛି ।
• ରାଜ୍ୟର କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଛି ।

ସମ୍ବନ୍ଧିତ ଖବର