ବଜେଟ୍ ଆଜି

ଭୁବନେଶ୍ବର : ୨୦୧୯-୨୦ ବର୍ଷ ପାଇଁ ଆସନ୍ତାକାଲି ବିଧାନସଭାରେ ଅନ୍ତରୀଣ ବଜେଟ ଆଗତ ହେବ। ଆଗକୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତାକାଲି ଅପରାହ୍ନରେ ଅର୍ଥମନ୍ତ୍ରୀ ଶଶୀଭୂଷଣ େବହେରା ବଜେଟ ଉପସ୍ଥାପନ କରିବେ। ପାଖାପାଖି ୧ଲକ୍ଷ ୩୨ ହଜାର ୬୬୦ େକାଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି, ଯାହା ଗତବର୍ଷ ମୂଳ ବଜେଟର ପାଖାପାଖି ୧୦ ପ୍ରତିଶତ ଅଧିକ େବାଲି କୁହାଯାଉଛି। ତେବେ ୪ମାସ ପାଇଁ ୫୨ ହଜାର େକାଟିର େଲଖାନୁଦାନକୁ ୮ ତାରିଖ ଦିନ ବିଧାନସଭା ପାରିତ କରିବେ। ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ବଜେଟ ଅନୁେମାଦିତ େହାଇଥିଲା। ପରେ ଅତିରିକ୍ତ ବଜେଟର ୧୨ ହଜାର ୭୯୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଗୃହ ଅନୁମତି େଦଇଥିଲା।

ସମ୍ବନ୍ଧିତ ଖବର