କ୍ୟାବିନେଟ ଆଜି

ଭୁବନେଶ୍ବର : ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ବସିବ। ଏହି ବୈଠକରେ ପ୍ରାୟ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ସେଥିମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରି ନିମନ୍ତେ ୫ରୁ ୬ଟି ପ୍ରସ୍ତାବକୁ ଅନୁମୋଦନ ପାଇଁ ଆସିପାରେ। ଏହାସହିତ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଗୋଟିଏ, ଓଡ଼ିଶା ସେକ୍ରେଟାରିଏଟ୍‌ ସର୍ଭିସ କ୍ୟାଡର ସଂଶୋଧନ ଆଦି ଏଜେଣ୍ଡାରେ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର