ଆଜି କ୍ୟାବିନେଟ୍‌ : ବିଧାନ ପରିଷଦ ଗଠନ ପ୍ରସ୍ତାବ ଉପରେ ମୋହର ଲାଗିପାରେ

ଭୁବନେଶ୍ୱର : ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୧୫ରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୭ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଆସିପାରେ। ବିଧାନସଭାର ମୌସୁମୀ ଅଧିବେଶନରେ ସଂକଳ୍ପ ପ୍ରସ୍ତାବ ଆସିବାକୁ ଯୋଜନା ଥିବାରୁ ସମ୍ଭବତଃ କାଲି ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇପାରନ୍ତି। ଏହାବ୍ୟତୀତ ଓଡ଼ିଶା ମୋଟର ଯାନ ଆଇନରେ ସଂଶୋଧନ, ଅବକାରୀ ଆଇନରେ ସଂଶୋଧନ ସହ ନଗର ଉନ୍ନୟନ ବିଭାଗ ଓ ଆଇନ ବିଭାଗର ମଧ୍ୟ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇପାରେ।

ସମ୍ବନ୍ଧିତ ଖବର