ଆଜି କ୍ୟାବିନେଟ୍‌: ୨୦ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରି

ଭୁବନେଶ୍ବର: ଆସନ୍ତାକାଲି ସନ୍ଧ୍ୟା ୫.୪୫ ମିନିଟ୍‌ରେ ସଚିବାଳୟରେ କ୍ୟାବିନେଟ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୨୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍ବାଧିକ ୭/୮ଟି ପ୍ରସ୍ତାବ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରାୟ ୩ଟି, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରାୟ ୩ଟି ଏବଂ ନିଯୁକ୍ତି ନିୟମାବଳୀ, କ୍ୟାଡର ପୁନର୍ବିନ୍ୟାସ ଆଦି ପ୍ରସ୍ତାବଗୁଡ଼ିକ କ୍ୟାବିନେଟ୍‌ରେ ଉପସ୍ଥାପିତ ହୋଇପାରେ।

ସମ୍ବନ୍ଧିତ ଖବର