ଭୁବନେଶ୍ବର: ଓଡ଼ିଶା କ୍ୟାଡରର ୧୯୬୭ ବ୍ୟାଚ୍‌ର ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. ମୃଣାଳକାନ୍ତି ପୁରକାୟତଙ୍କ ୮୨ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି।  ପଶ୍ଚିମବଙ୍ଗର ମୂଳ ନିବାସୀ ଶ୍ରୀ ପୁରକାୟତଙ୍କ ଭୁବନେଶ୍ବର ସହିଦ ନଗରସ୍ଥିତ ବାସଭବନରେ ରହୁଥିଲେ। ସେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ରୁ ଅଧ୍ୟକ୍ଷ ପଦରେ ଥାଇ ଅବସର ନେଇଥିଲେ।

Advertisment

ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟରେ ଶ୍ରୀ ପୁରକାୟତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଭୁବନେଶ୍ବରରେ ଇଏଏସ୍‌ଆଇ ହସ୍‌ପିଟାଲ ପାଇଁ ମଧ୍ୟ ତାଙ୍କର ଅବଦାନ ବେଶୀ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ଝିଅ, ପୁଅ, ନାତୁଣୀ ଓ ନାତି ଉପସ୍ଥିତ ଥିଲେ। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାର ନିକଟରେ କରାଯାଇଛି। ତାଙ୍କର ପୁଅ ତଥା ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରୀତମ ପୁରୁକାୟସ୍ଥ ମୁଖାଗ୍ନି ଦେଇଛନ୍ତି।