ପ୍ରଦୂଷଣ ପ୍ରମାଣପତ୍ର-ଡିଏଲ୍‌ ପାଇଁ ବ୍ଲକ-ଉପଖଣ୍ଡ କାର୍ଯ୍ୟାଳୟରେ ଖୋଲିବ ଶିବିର

ଭୁବନେଶ୍ୱର: ବ୍ଲକ ଓ ଉପଖଣ୍ଡ କାର୍ଯ୍ୟାଳୟରେ ଯାନବାହନ ସଂପର୍କୀତ ପ୍ରମାଣପତ୍ର ମିଳିବ। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଏବଂ ପ୍ରଦୂଷଣ ପ୍ରମାଣପତ୍ର ଉପଲବ୍ଧ କରାଇବା ପାଇଁ ବ୍ଲକ-ଉପଖଣ୍ଡ କାର୍ଯ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ଶିବିର ଲଗାଯିବ। ଶିବିରଗୁଡ଼ିକରେ ଯାନବାହନର ପ୍ରଦୂଷଣ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନଲାଇନ ପ୍ରଦୂଷଣ ପରୀକ୍ଷା ପ୍ରମାଣପତ୍ର ଅକ୍ଟୋବର ୧ରୁ ବାଧ୍ୟତାମୂଳକ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିବାର ଦିନକ ପରେ ପରିବହନ ମନ୍ତ୍ରୀ ଶ୍ରୀ ବେହେରା ବ୍ଲକ ଓ ଉପଖଣ୍ଡ କାର୍ଯ୍ୟାଳୟରେ ଶିବିର ଖୋଲିବ ବୋଲି ଘୋଷଣା କରିଛନ୍ତି। ମାତ୍ର ଯାନବାହନର ମାଲିକମାନେ ଡିସେମ୍ବର ୧ ତାରିଖ ଯାଏଁ ଆଶ୍ୱସ୍ତି ପାଇପାରିବେ। ପଲ୍ୟୁସନ ଟେଷ୍ଟିଂ ସେଣ୍ଟରରେ ଆଗାମୀ ୧ ତାରିଖରୁ ମ୍ୟାନୁଆଲ ସାର୍ଟିଫିକେଟ ମିଳିପାରିବ ନାହିଁ। ଲୋକେ ଅନ୍‌ଲାଇନ୍‌ ସାର୍ଟିଫିକେଟ ଦେଖାଇପାରିବେ। ହାର୍ଡ କପି ବଦଳରେ ଲୋକେ ଏମ୍‌ପରିବହନ ମୋବାଇଲ ଫୋନ ଆପ୍ଲିକେସନ ମାଧ୍ୟମରେ ପ୍ରଦୂଷଣ ଜନିତ ପ୍ରମାଣପତ୍ର ଦେଖାଇପାରିବେ। ସେପ୍ଟେମ୍ବର ୩୦ ଯାଏଁ ମ୍ୟାନୁଆଲ ପ୍ରଦୂଷଣ ସାର୍ଟିଫିକେଟ ମିଳିପାରିବ।

ସମ୍ବନ୍ଧିତ ଖବର