ଭୁବନେଶ୍ବର(ଭବାନୀ ଶଙ୍କର ତ୍ରିପାଠୀ): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ସାରା ଓଡ଼ିଶା ଉତ୍ସବ ମୁଖର। େକନ୍ଦ୍ର ସରକାର, ରାଜ୍ୟ ସରକାର ଓ ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ତତ୍ପରତା ଦେଖାଇଛନ୍ତି। ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ବି। ଏହାକୁ ବୁଦ୍ଧିଜୀବୀ ମହଲରେ ଶୁଭସଙ୍କେତ ବୋଲି କୁହାଯାଉଛି। ଗାନ୍ଧୀଙ୍କୁ ନେଇ ସମଗ୍ର ରାଜ୍ୟରେ େକାଳାହଳ ବୃଦ୍ଧି ପାଇଛି ସିନା ଗାନ୍ଧୀ ବିଚାରଧାରା କିନ୍ତୁ ତୃଣମୂଳସ୍ତର ଯାଏ େଭଦିବା ଲାଗି େଯଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର, ସେଥିରେ ଅଭାବ ଜଳ ଜଳ ହୋଇ ଦିଶୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଉଦ୍ୟମ କରିଛନ୍ତି। ସରକାରୀସ୍ତରରେ ଏନେଇ େଘାଷଣା ବି େହାଇଥିଲା। ହେଲେ ପ୍ରଶାସନିକ କଳ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିର ଏମିତି ଡଙ୍କ େମାଡ଼ି ଦେଇଛନ୍ତି େଯ କାର୍ଯ୍ୟକ୍ରମ କେବଳ ଖବରକାଗଜ ପୃଷ୍ଠାରେ ହିଁ ସୀମିତ ରହିଯାଇଛି।
କସ୍ତୁରବା ଗାନ୍ଧୀ ଆଦର୍ଶ ଗ୍ରାମ ପଞ୍ଚାୟତ େଘାଷଣା କଥା ହେଉ କି ଗାନ୍ଧୀ ଅଧ୍ୟୟନ େକନ୍ଦ୍ର। ଗାନ୍ଧୀ ସର୍କିଟ୍ ପ୍ରତିଷ୍ଠା ଠାରୁ ଆରମ୍ଭ କରି ନିଶା ନିବାରଣ କାର୍ଯ୍ୟକ୍ରମ, ଗ୍ରାମ୍ୟ ଶିଳ୍ପ ପ୍ରତିଷ୍ଠା ଯାଏ ଏହି ତାଲିକା ଏମିତି ଲମ୍ବିବ। ୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଅନେକ ଥର ଆସିଛନ୍ତି। ଏହାକୁ ନେଇ ଆଜି ବି ବିତର୍କ ରହିଛି। କିଏ କହନ୍ତି ସାତ ଥର, ଆଉ କିଏ ଆଠ ଥର ଆସିଥିଲେ ବୋଲି କହୁଛନ୍ତି। ଓଡ଼ିଶାର ଗାଁ ଗଣ୍ଡାରେ ମହାତ୍ମାଗାନ୍ଧୀ ୬୯ ଦିନ (କିଏ କି ସତୁରି ଦିନ େବାଲି ମଧ୍ୟ କହନ୍ତି) କଟାଇଛନ୍ତି। ତାହା ପୁଣି ସାଧାରଣ େଲାକଙ୍କ ଗହଣରେ। ଏଥିରେ ମାସେ ବ୍ୟାପୀ ପଦଯାତ୍ରା ବି ରହିଛି।
ଓଡ଼ିଶା େନଇ ମହାତ୍ମା ଗାନ୍ଧୀ େଯଉଁ େକତୋଟି ମୂଳ ପ୍ରସଙ୍ଗରେ ବାରମ୍ବାର ଠାରିଛନ୍ତି, ତାହା ହେଉଛି ଦାରିଦ୍ର୍ୟ, ନିଶା, ଆଳସ୍ୟ, ଜଡତା, କୃଷି ଓ ଗ୍ରାମ୍ୟ ଶିଳ୍ପର କଥା। ଆଜି ଦିନରେ େଯତେ କାର୍ଯ୍ୟକ୍ରମ ସରକାର ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ହାତକୁ ନେଇଛନ୍ତି, ସେଥିରେ ମହାତ୍ମାଗାନ୍ଧୀଙ୍କ ବିଚାରର େଘାର ଅଭାବ ପରିଲକ୍ଷିତ େହଉଛି। ଦୁଇ ଚାରିଟି ଉଦାହରଣ େନଲେ, ଏକଥା ସ୍ପଷ୍ଟ େହାଇଯିବ। ୨୦୧୮ ସେପ୍ଟେମ୍ବର ୨୫ ତାରିଖ। ସଚିବାଳୟ (ବର୍ତମାନ େଲାକସେବା ଭବନ)ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ୪୮ଟି କାର୍ଯ୍ୟକ୍ରମ ସରକାର ହାତକୁ ନେବେ େବାଲି ସ୍ଥିର େହାଇଥିଲା। ଇତିମଧ୍ୟରେ େଗାଟିଏ ବର୍ଷ ବିତିଗଲା। ଚାରିଟି କାର୍ଯ୍ୟକ୍ରମ ବାସ୍ତବ ରୂପ ନେଇପାରିଲା ନାହିଁ। ସରକାର ନିଷ୍ପତ୍ତି େନଇଥିଲେ, ପ୍ରତି ବ୍ଲକ୍ର ଗୋଟିଏ ପଞ୍ଚାୟତକୁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ କରାଯିବ। ଏସବୁ ପଞ୍ଚାୟତ ସ୍ବାବଲମ୍ବୀ ହେବେ। ନିଶା ମୁକ୍ତ ଅଞ୍ଚଳ ଭାବେ ଚିହ୍ନଟ େହବ। ପଞ୍ଚାୟତିରାଜ ବିଭାଗର ଅକ୍ଷମତା କାରଣରୁ େଗାଟିଏ ବି ବ୍ଲକ ଏଭଳି ମାନ୍ୟତା ହାସଲ କରିଥିବା ନେଇ ସରକାର ଦାବି କରିପାରିବେ ନାହିଁ।
ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କଥା ଆଲୋଚନା କଲାବେଳେ ପୁରୀ ଜିଲ୍ଲାର ଡେଲାଙ୍ଗ ଅନ୍ତର୍ଗତ ବେରବୋଇ ଅନେକ ମହତ୍ତ୍ବ ରଖେ। ରାଜ୍ୟ ପର୍ଯ୍ୟଟନ ବିଭାଗ ୪ ବର୍ଷ ତଳୁ ଗାନ୍ଧୀ ସର୍କିଟ୍ ତାଲିକାରେ ଏହାକୁ ସ୍ଥାନ ଦେଇଥିବା କଥା କହିସାରିଛନ୍ତି। ହେଲେ ବେରବୋଇର ଚିତ୍ରରେ ପରିବର୍ତନ ଘଟିଲା ନାହିଁ। ଅନ୍ୟ ପ୍ରକଳ୍ପ ସ୍ଥିତି ବି ସେୟା। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ନୀତି େଘାଷଣା କରିଥିଲେ। ତାର ନବମ ପାରାରେ ଉଦ୍ବେଗ ପ୍ରକାଶ କରାଯାଇଥିଲା ଯେ ଯୁବ ପିଢି ରାଜ୍ୟର ବିକାଶ ଧାରାରେ େଯଭଳି ସାମିଲ ହେବା କଥା ହୋଇପାରୁନାହିଁ। ଏଭଳି ଏକ ପୃଷ୍ଠଭୂମିରେ ରାଜ୍ୟ ସରକାର ନିଶାମୁକ୍ତ ଗାଁ କଥା ପରିକଳ୍ପନା କରିଥିଲେ। ୧୯୫୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଶାମୁକ୍ତ ଓଡ଼ିଶା ଗଠନ ସଂକ୍ରାନ୍ତ ବିଲ୍ ଅନୁମୋଦନ କରାଇବା ପରେ ଏହା ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କରିଥିଲା। ହେଲେ ନା ସେ ପୁରୁଣା ଆଇନକୁ କାର୍ଯ୍ୟକାରୀ କରାଯାଇପାରିଲା ନା ୬ବର୍ଷ ଭିତରେ ନିଶାମୁକ୍ତ ଗ୍ରାମ ଗଠନ ପାଇଁ ସରକାର କୌଣସି େଗାଟିଏ ବି ଉଦ୍ୟମ କରିଛନ୍ତି। େଯଉଁଠି ନିଶା, ସେଇଠି ହିଂସା। ଏହା େଗାଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି। ମୁଖ୍ୟମନ୍ତ୍ରୀ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନୀତ କରିବା ପାଇଁ କହିଛନ୍ତି। ସମଗ୍ର ଦେଶରେ ଏହାକୁ ସ୍ବାଗତ କରାଯାଇଛି। ହେଲେ େଯଉଁଠି ନିଶା ରାଜୁତି କରୁଛି, ସେଠି ଅହିଂସାର ସ୍ଥାନ େକଉଁଠି?
ମହାତ୍ମାଗାନ୍ଧୀ ଦାରିଦ୍ର୍ୟ ମୁକ୍ତ କଥା କହିଥିଲେ। ଆଜି ଦିନରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରୁ ଅନାହାର ଦୂର କରିବାରେ ପ୍ରାୟ ସଫଳ େହାଇଛନ୍ତି। ହେଲେ ସରକାରୀ େଯାଜନା କାର୍ଯ୍ୟାନ୍ବୟନ ପ୍ରକ୍ରିୟାରେ ସାଧାରଣ େଲାକଙ୍କ ସହଭାଗିତା କମ୍ କାରଣରୁ ଆଳସ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ବି ସମ୍ପୂର୍ଣ୍ଣ ଅମୂଳକ ନୁହେଁ। କୌତୂହଳର କଥା ହେଉଛି, ମହାତ୍ମାଗାନ୍ଧୀ ଗ୍ରାମ୍ୟ ଶିଳ୍ପର ପରିକଳ୍ପନା କରିଥିଲେ। କୃଷିର ବିକାଶ କଥା କହିଥିଲେ। ସରକାରୀ ପରିସଂଖ୍ୟାନ ସୂଚାଉଛି, ଓଡ଼ିଶାର ସାମଗ୍ରିକ ଘରୋଇ ଉତ୍ପାଦକୁ କୃଷିର ଅବଦାନ ଦିନକୁ ଦିନ କମିବାରେ ଲାଗିଛି। ଏହା ୧୮%ରେ ପହଞ୍ଚିଲାଣି। କୃଷି ଜନିତ ଆତ୍ମହତ୍ୟା ବଢୁଛି, ଚାଷୀକୁ ତାର ଚାଷ ପାଇଁ ପ୍ରାପ୍ୟ ମିଳୁନାହିଁ। ଗ୍ରାମ୍ୟ ଶିଳ୍ପ କଥା ନ କହିବା ଭଲ। ବିଜୁ ପଟ୍ଟନାୟକ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ସମୟରେ ପଞ୍ଚାୟତ ଶିଳ୍ପ ପାଇଁ ପଦକ୍ଷେପ ନେଇଥିଲେ। ଆଜି ଦିନରେ ଏହା କାଗଜପତ୍ରର ଏକ ତଥ୍ୟ ମାତ୍ର। ଓଡ଼ିଶାରେ ସୁଦୀର୍ଘ ୪୮୦ କିେଲାମିଟର ବେଳାଭୂମି ରହିଛି। ବିଶାଳ ଚିଲିକା ହ୍ରଦର ଜଳରାଶିକୁ ନେଇ କିଏ କେତେ କଣ ଲେଖୁଛନ୍ତି। େଦଶୀ ଓ ବିଦେଶୀ ପର୍ଯ୍ୟଟକଙ୍କର ଏହା ଆକର୍ଷଣର େକନ୍ଦ୍ରବିନ୍ଦୁ ସାଜିଛି। ଇତିହାସ କହୁଛି, ମହାତ୍ମାଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଗୁଜରାଟ ପରେ ଯଦି କେଉଁଠି ଅଧିକ ସଫଳ ହୋଇଥିଲା, ତାହା େହଉଛି ଓଡ଼ିଶା। ଏକଦା ଓଡ଼ିଶା ଲୁଣ ରପ୍ତାନି କରୁଥିଲା। ପରିସଂଖ୍ୟାନ କହୁଛି, ଓଡ଼ିଶାକୁ ବାର୍ଷିକ ୬.୫ଲକ୍ଷ ଟନ୍ ଲୁଣ ଆବଶ୍ୟକ। ହେଲେ ୧୫୦୦୦ ଟନ୍ ଉତ୍ପାଦନ କରିବାରେ ଓଡ଼ିଶାର ଲୁଣ ଚାଷୀ ଆଜି ଅକ୍ଷମ। ସରକାର ଏ ଦିଗରେ ସାମାନ୍ୟତମ ଉଦ୍ୟମ କରିନାହାନ୍ତି। କେବଳ ଏହି େଗାଟିଏ େକ୍ଷତ୍ର ନୁହେଁ, ମହାତ୍ମାଗାନ୍ଧୀ ଖାଦ୍ୟ ଓ ଖଦି କଥା କହୁଥିଲେ। ଆଜି ବଜାରରେ ନେତାମାନେ େଯଉଁ ଖଦି ପିନ୍ଧି ବୁଲୁଛନ୍ତି, େସଥିରୁ ଶତ ପ୍ରତିଶତ ଆମ ରାଜ୍ୟର ନୁହେଁ। ଏକ ପରିସଂଖ୍ୟାନ ସୂଚାଉଛି େଯ ବାର୍ଷିକ ୨୦ ହଜାର େକାଟି ଟଙ୍କାର ବସ୍ତ୍ର କାରବାର େହଉଛି। କିନ୍ତୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅବଦାନ ୩୫୦ େକାଟି ଡେଇଁପାରୁନାହିଁ। େଗାଟିଏ ସମୟରେ ଓଡ଼ିଶାରେ ୧୨ଟି କଟନ୍ ମିଲ୍ ଓ ୧୩ଟି ସୂତାକଳ ଥିଲା। ଏଥିରୁ େଗାଟିଏ ବି ଆଜି ସକ୍ଷମ ନାହିଁ।
ମହାତ୍ମା ଗାନ୍ଧୀ ବିଚାରଧାରା ନୂଆ ପିଢିଙ୍କ ମନରେ ପୂରାଇବାକୁ ହେଲେ, ତାହାକୁ ପାଠ୍ୟକ୍ରମରେ ସ୍ଥାନୀତ କରିବାକୁ ପଡିବ େବାଲି ରାଜ୍ୟ ସରକାରଙ୍କ ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ଗାନ୍ଧୀକୁ ରଖିବା କ୍ଷେତ୍ରରେ ଗଣଶିକ୍ଷା ବିଭାଗ ସଫଳ େହାଇପାରିନାହିଁ। ସେହିଭଳି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ଉଦ୍ୟମ ବି ପ୍ରସ୍ତାବରେ ରହିଯାଇଛି। ମହାତ୍ମାଗାନ୍ଧୀ େଯଉଁ େଯଉଁ ଅଞ୍ଚଳରେ ପଦଯାତ୍ରା କରିଥିଲେ, ସେ ରାସ୍ତାକୁ ସ୍ମାରକୀ କରିବା ଲାଗି ସରକାରୀ ପ୍ରସ୍ତାବ ଫାଇଲ ଭିତରେ ରୁନ୍ଧି େହାଇଗଲାଣି। କେବଳ ମୂର୍ତି ପ୍ରତିଷ୍ଠା କରିଦେଲେ କିମ୍ବା ସଭା ସମିତି, ଉତ୍ସବ ଆେୟାଜନ କଲେ ଅଥବା ରାସ୍ତାକୁ ଗାନ୍ଧୀଙ୍କ ନାମରେ ନାମିତ କରିଦେଲେ ଗାନ୍ଧୀ ବିଚାରଧାରା କଣ ତୃଣମୂଳ ଯାଏ େଭଦିଯିବ?