ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

କୋରାପୁଟ : ଦେଶର ଶ୍ରେଷ୍ଠ ୨୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭିତରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛି। କୋରାପୁଟରେ ଥିବା ଏହି ବିଶ୍ବବିଦ୍ୟାଳୟ ୨୩ତମ ସ୍ଥାନରେ ରହିଥିବା ଆଉଟଲୁକ ପତ୍ରିକା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଆଜି ଏଥିନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇ କୁହାଯାଇଛି ଯେ, ଶ୍ରେଷ୍ଠ ୨୫ ଭିତରେ ରହିଥିବା ବିଶ୍ବବିଦ୍ୟାଳୟର ପାଇଁ ଏକ ଉଲ୍ଲେଖନୀୟ ସଫଳତା। ଶିକ୍ଷକ-ଛାତ୍ର ଅନୁପାତ, ପିଏଚଡି ଡିଗ୍ରି ଧାରି ଶିକ୍ଷକ ଆଦି ମାନଦଣ୍ଡ ଆଧାରରେ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥି‌ରେ ଓଡ଼ିଶା ବିଶ୍ବବିଦ୍ୟାଳୟ ୨୩ ତମ ସ୍ଥାନରେ ରହି ସଫଳତା ପାଇଛି। ଏଥିପ‌ାଇଁ ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଏହା ବିଶ୍ବବିଦ୍ୟାଳୟକୁ ଆଗକୁ ନେବାରେ ସହାୟକ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର