ଧର୍ମଗଡ଼ : ଓଡ଼ିଶା-ଛତିଶଗଡ଼ ସୀମା ସିଲ୍‌

ଧର୍ମଗଡ଼ : ଶନିବାର ଛତିଶଗଡ଼ ସୀମାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇ କଡ଼ା ଯାଞ୍ଚ ଚାଲିଛି। ଛତିଶଗଡ଼ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ଓଡ଼ିଶା ସୀମାକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ଏଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁଲିସ ଚେକ୍‌ପୋଷ୍ଟ କରାଯାଇ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। କେବଳ ଅତ୍ୟାବଶ୍ୟକ ଯାତାୟାତ କରୁଥିବା ଗାଡ଼ି ଚଳାଚଳକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି। ଏଥିପାଇଁ ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା, ସହଯୋଗୀ ଜିଲ୍ଲାପାଳ ଚିନ୍ମୟ ନାଏକ, ବିଡିଓ ଶରତ ସେଠୀ, ଧର୍ମଗଡ଼ ଥାନା ଅଧିକାରୀ ଟୁନା ସେଠୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ସୀମାରେ ଜଗିବା ସହ ଛତିଶଗଡ଼ ଅଞ୍ଚଳରୁ ଆସୁଥିବା ଯାନବାହନକୁ ଓଡ଼ିଶା ସୀମାରେ ପଶିବାକୁ ବାରଣ କରିଥିଲେ।

ସମ୍ବନ୍ଧିତ ଖବର