ଭୁବନେଶ୍ବର: ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ପୁରୁଷ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜିର ଏହି ବିଜୟ ପୁଣି ୧୪୦ କୋଟି ଭାରତୀୟଙ୍କ ମନରେ ଖୁସି ଭରିଦେଇଛି। ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ ଗୌରାବାନ୍ୱିତ କରୁ ଏତିକି କାମନା। ବନ୍ଦେ ମାତରମ।
ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି20 ବିଶ୍ୱକପ ବିଜୟୀ ହୋଇଛି। ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜିର ଏହି ବିଜୟ ପୁଣି 140 କୋଟି ଭାରତୀୟଙ୍କ ମନରେ ଖୁସି ଭରିଦେଇଛି । ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ… pic.twitter.com/HAnaRGwL6X
— Mohan Charan Majhi (@MohanMOdisha) June 29, 2024
ସୂଚନାଯୋଗ୍ୟ, ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି। ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିଅନ ହୋଇଥିଲା। ସେହିପରି ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିଛି।