ଭୁବନେଶ୍ବର: ମାନବ ସଭ୍ୟତାରେ ପ୍ରାଣୀ ପାଳନର କାର୍ଯ୍ୟ ପ୍ରାଚୀନ। ଇତିହାସରୁ ଜଣାଯାଏ, ୧୦ ହଜାର ବର୍ଷ ପୂର୍ବରୁ ମଣିଷ ଯାଯାବର ଭା‌ବରେ ଜୀବନଯାପନ କରୁଥିଲା। ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ କୃଷି ଜୀବନ ଶୈଳୀ ଚିନ୍ତା କରିଥିବ। ଏଥି ସହିତ ପ୍ରାଣୀ ପାଳନ କରିବାକୁ ମଧ୍ୟ ଚିନ୍ତା କରିଥିବ। କାରଣ ପ୍ରାଣୀ ସମ୍ପଦର ଆବଶ୍ୟକତା ମଧ୍ୟ ଭାବିଥିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ରେ ଏହା କହିଛନ୍ତି। 

Advertisment

ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମନୁଷ୍ୟ ସହିତ ପ୍ରାଣୀଙ୍କର ଜୀବନ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ପ୍ରାଣୀଙ୍କ ଠାରୁ ଉତ୍ପାଦିତ ସାମଗ୍ରୀକୁ ଆମେ ବ୍ୟବହାର କରୁଥିବାରୁ ଏହାକୁ ବ୍ୟବସାୟିକ ଦୃଷ୍ଟି କୋଣରୁ ଦେଖାଯାଉଛି। ଆମ ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟର ଅଧିକାଂଶ ଲୋକ କୃଷି ଏବଂ ଆନୁସାଙ୍ଗିକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ବିଗତ ସରକାର ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହି ଚାଷୀଙ୍କ ମାସିକ ଆୟକୁ ଗୁରୁତ୍ବ ଦେଇ ନଥିଲେ। ଶାସନର ସ୍ଥିରତା ଥିବା ସତ୍ତ୍ବେ ଚାଷୀଙ୍କର ଉନ୍ନତି ନଆସିବା ଦୁଃଖର ବିଷୟ। ଓଡ଼ିଶାର ଚାଷୀଙ୍କର ଆୟ ତଳ ଆଡୁ ଦେଶରେ ଦ୍ବିତୀୟ ସ୍ଥାନ ଥିଲା। ‌ପୂର୍ବ ସରକାରରେ ୫୧୧୨ ମାସିକ ଆୟ ଥିଲା। 

ଚାଷୀଙ୍କ ଉପରେ ମୋଦୀଙ୍କ ନଜର

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ଉପରେ ନଜର ରଖିଥିଲେ। ଚାଷୀଙ୍କର ଆୟକୁ ଦ୍ବିଗୁଣିତ କରିବାକୁ ପଡ଼ିବ ବୋଲି ଚିନ୍ତା କରିଥିଲେ। ଏଥି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି। କେନ୍ଦ୍ର ସରକାର ୨୦୧୪ ପରଠାରୁ ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ଲାଗୁ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କୁ ଅନ୍ନଦାତା ନାମକରଣ କରିଛନ୍ତି। ଆମେ ସମୃଦ୍ଧ ଓଡ଼ିଶା ପରିକଳ୍ପନା କରାଯାଉଛି। ଚାଷୀଙ୍କ ଆୟ ବହୁଗୁଣ କରିବା। ଏଥି ପାଇଁ ସାହାଯ୍ୟ, ସହାୟତା, ପ୍ରୋତ୍ସାହନ ଦେବାର ଆବଶ୍ୟକତା ଅଛି। ଆମେ କ୍ୟାବିନେଟରେ ଚାଷୀଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରିଛୁ।

ଚାଷୀ ଆଗଭର ହୋଇଛନ୍ତି: ମ‌ୋହନ

ଆମ ସରକାର କୃଷକ ସମୃଦ୍ଧ ଯୋଜନା ଆରମ୍ଭ କରିଛନ୍ତି। ଏଥି ସହିତ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଲାଗୁ କରିଛନ୍ତି। ଚାଷ କାମ ଆରମ୍ଭ ଠାରୁ ଅମଳ ପର୍ଯ୍ୟନ୍ତ ୧୦ ହଜାର ଟଙ୍କା ପାଇପାରୁଛନ୍ତି। ଆମ ସରକାର ଆସିଲା ପରେ ଚାଷୀଙ୍କ ଏମ୍‌ଏସ୍‌ପି ବଢ଼ାଇଛନ୍ତି। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିଛନ୍ତି। ରାଜ୍ୟର ଏକ ନିମ୍ନ ମଧ୍ୟବିତ୍ତ ଚାଷୀ ପରିବାର ଏବେ ୬୧ ହଜାର ଟଙ୍କା ପାଉଛି। ଏଥିରେ ପ୍ରଧାନମନ୍ତ୍ରୀ କି‌ଷାନ ଯୋଜନା, ମୁଖ୍ୟମନ୍ତ୍ରୀ କିଷାନ ଯୋଜନା, ସୁଭଦ୍ରା ଯୋଜନାର ମିଳୁଥିବା ସହାୟତା ସାମିଲ ରହିଛି। ଆଜିର ଦିନରେ ଗୋଟିଏ ଚାଷୀ ପରିବାରର ଆୟ ବଢ଼ିଛି। ଚାଷୀମାନେ ଚାଷ କାମ କରିବାକୁ ଆଗଭର ହୋଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Australian Open: ଅଷ୍ଟ୍ରେଲିଆନ୍ ଓପନ୍‌: ପୁରୁଷ ଯୁଗଳର ଦ୍ବିତୀୟ ରାଉଣ୍ଡ୍‌ରେ ୟୁକି 

ଆଜିର ଆହ୍ବାନ...

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ସରକାରଙ୍କ ଆହ୍ବାନ ଅଛି ଯେ, କୃଷି ସହିତ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ କରିବାକୁ ପଡ଼ିବ। ଏହାରି ମାଧ୍ୟମରେ ଚାଷୀମାନଙ୍କର ଆୟ ବଢ଼ିବ। ଆୟ ଦ୍ବିଗୁଣ ନକରି ବହୁଗୁଣା କରିବା ପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ। ଗୋପାଳନ କେବଳ ଆର୍ଥିକ କାର୍ଯ୍ୟକ୍ରମ ନୁହେଁ। ଏହା ଭାରତୀୟ ପରଂପରା ଓ ଧର୍ମର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟ ପରଂପରା ସହିତ ଗୋପାଳନର ସଂପର୍କ ନିବୀଡ଼। ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆଣିଛନ୍ତ। ଏଥି ପାଇଁ ୧୪,୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଓଡ଼ିଶାରେ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି। 

ଆହୁରି ପଢ଼ନ୍ତୁ: Cabinet Approved: କ୍ୟାବିନେଟ୍‌ ନିଷ୍ପତ୍ତି: ୨୦୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା ଅବଧି ବଢିଲା

କୃଷି ଓ କୃଷକଙ୍କର ବିକାଶ ହେଲେ ରାଜ୍ୟ ଏବଂ ଦେଶର ବିକାଶ: ମନ୍ତ୍ରୀ

Gokulanand

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଆମ ସରକାର ଆସିଲା ପରେ ରାଜ୍ୟର ୩୧୪ ବ୍ଲକରେ ମତ୍ସ୍ୟ, ପ୍ରାଣୀ ସମାବେଶର ଆୟୋଜନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ଥିଲା। ଆଜି ରାଜ୍ୟସ୍ତରରେ ମତ୍ସ୍ୟ ପ୍ରାଣୀ ସମାବେଶର ଆୟୋଜନ କରାଯାଇଛି। ଗ୍ରାମାଞ୍ଚଳର କୃଷି ଓ କୃଷକଙ୍କର ବିକାଶ ହେଲେ ରାଜ୍ୟ ଏବଂ ଦେଶର ବିକାଶ ହୋଇପାରିବ। ରାଜ୍ୟ ସରକାର ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ କାମ କରୁଛନ୍ତି। ବିଶ୍ବରେ ଯେତିକି ଦୁଗ୍ଧ ଉତ୍ପାଦନ ହେଉଛି, ଏଥିରୁ ଏକ ଚତୁର୍ଥାଂଶ ଭାରତରେ ଉତ୍ପାଦନ ହେଉଛି। ଓଡ଼ିଶାରେ ଗୋପାଳନ ପାଇଁ ଏକ କ୍ରାନ୍ତିକାରୀ ଯୋଜନା ଆଣିବାକୁ ହେବ। ଏକଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା କରିଥିଲେ।