ଭୁବନେଶ୍ୱର : ଚାଷୀମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। ତେବେ ଚାଷୀମାନଙ୍କ ପାଇଁ ଏସବୁ ଯୋଜନା କାର୍ଯ୍ୟକାରୀ ସତ୍ତ୍ୱେ ସରକାର ଏବେ ଆଉ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଏବେ ଚାଷୀଙ୍କୁ ମିଳିବ ମାଗଣା ସ୍ମାର୍ଟଫୋନ। ଏହାଦ୍ୱାରା ଚାଷୀ ବଜାର ହାଲଚାଲ ସଂପର୍କରେ ସହଜରେ ସୂଚନା ପାଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏନେଇ କୃଷି ବିଭାଗକୁ ଚିଠି ଲେଖିଛି ସମବାୟ ବିଭାଗ। ଏଥିପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସ୍ମାର୍ଟଫୋନ ଜରିଆରେ ଚାଷୀ ବଜାର ହାଲଚାଲ ସଂପର୍କରେ ସହଜରେ ସୂଚନା ପାଇପାରିବ। ଏହି ଫୋନରେ ଭଏସ କଲ ସମେତ ଓଡିଆ ଭାଷାରେ ଏସଏମଏସ କରିହେବ। ଯାହା ଡିଜିଟାଲ ମଣ୍ଡି ସହିତ ଓଡିଶାର ଚାଷୀଙ୍କୁ ପରିଚିତ କରାଇବ।
ଚାଷୀଙ୍କୁ ମାଗଣା ସ୍ମାର୍ଟ ଫୋନ ବାଣ୍ଟିବା ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବ୍ୟୟ ମଂଜୁର କରିଛନ୍ତି। ଓଏସଏଏମ ବୋର୍ଡ ଚାଷୀଙ୍କ ପାଇଁ ଆଣ୍ଡ୍ରୋୟଡ ଫୋନ ପାଇଁ ଶୀଘ୍ର ଟେଣ୍ଡର ଡାକିବାର ସୂଚନା ରହିଛି। ଏହା ପରେ ପ୍ରତି ଜିଲ୍ଲାର ରେଗୁଲେଟେଡ ମାର୍କେଟ କମିଟିରେ ପଞ୍ଜିକୃତ ଚାଷୀଙ୍କୁ ପର୍ଯ୍ୟାୟକ୍ରମରେ ଫୋନ ବଣ୍ଟନ କରାଯିବାର ଯୋଜନା ରହିଛି।
ରୁପେ କାର୍ଡ ଓ କିସାନ କାର୍ଡ ଥିବା ଚାଷୀଙ୍କୁ ଫୋନ ବଣ୍ଟନ ସମୟରେ ଅଗ୍ରାଧିକାର ଦିଆଯିବ। ତେବେ ଜିଲ୍ଲାପ୍ରଶାସନର ଓ ଆରଏମସି ଏଧିକାରୀ କେଉଁ ଚାଷୀଙ୍କୁ ମୋବାଇଲ ଦିଆଯିବ ତାହା ଚୁଡାନ୍ତ କରିବେ ବୋଲି ସୂଚନା ରହିଛି।