ଚିଟ୍‌ଫଣ୍ଡ କମିସନଙ୍କ ଷଷ୍ଠ ଅନ୍ତରୀଣ ରିପୋର୍ଟ ଖୁବ୍‌ଶୀଘ୍ର!

କଟକ : ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନ ମୋହନ ଦାସ କମିସନ୍‌ ଏହି ସପ୍ତାହରେ ରାଜ୍ୟ ସରକାରଙ୍କୁ ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି।

ଷଷ୍ଠ ରିପୋର୍ଟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ନିକଟରେ ସାନି ସତ୍ୟପାଠ ଦାଖଲ ପାଇଁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ପହଞ୍ଚିଥିବା ଲକ୍ଷାଧିକ ଜମାକାରୀଙ୍କ ସତ୍ୟପାଠର ଡିଜିଟାଇଜେସନ ପ୍ରକ୍ରିୟା ପ୍ରସଂଗରେ ରାଜ୍ୟ ସରକାରଙ୍କୁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁମୋଦନ ପରେ ପ୍ରାୟ ୬ ଲକ୍ଷରୁ ଅଧିକ ସାନି ସତ୍ୟପାଠର ଡିଜିଟାଇଜେସନ କାର୍ଯ୍ୟ ଆରମ୍ଭ ହେବ।

ଏଠାରେ ସୂଚନା ଯୋଗ୍ୟ ଯେ ଚିଟ୍‌ଫଣ୍ତ୍‌ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ୨୦୧୩ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର‌୍‌.କେ.ପାତ୍ରଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଜଷ୍ଟିସ ପାତ୍ରଙ୍କ ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସଙ୍କୁ ୨୦୧୫, ଫେବ୍ରୁଆରି ୫ ତାରିଖ ଦିନ ତଦନ୍ତ ଦାୟିତ୍ବ ଅର୍ପଣ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍‌ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସ˚କ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିବା ବେଳେ ଇତିମଧୢରେ କ୍ଷୁଦ୍ର ଜମାକରୀଙ୍କ ପ୍ରସ˚ଗରେ ସରକାରଙ୍କୁ ୫ରି ଅନ୍ତରୀଣ ରିପୋର୍ଟ କମିସନ୍‌ ପ୍ରଦାନ କରି ସାରିଛନ୍ତି। ଏଠାରେ ସୂଚନା ‌‌ଯୋଗ୍ୟ ଯେ କମିସନଙ୍କ କାର୍ଯ୍ୟକାଳ ୨୦୧୯, ଫେବ୍ରୁଆରି ୫ରୁ ଆସନ୍ତା ୬ ମାସ ପାଇଁ ବୃଦ୍ଧି କରାଯିବା ସ˚ପର୍କରେ ଗୃହ ବିଭାଗ ପକ୍ଷରୁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର