୨୧୭୨ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ମଂଜୁରୀ

ଭୁବନେଶ୍ୱର : ଓଡ଼ିଶା ସରକାର ଆଜି ଖଣି ଓ ଖଣିଜ କ୍ଷେତ୍ରରେ ୨୧୭୨ କୋଟି ଟଙ୍କା ମୂଲ୍ୟର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛି । ଏସବୁ ଶିଳ୍ପରେ ପ୍ରାୟ ୧୧୨୨ ଜଣ ନିଯୁକ୍ତି ପାଇବେ ।

ଏହି ୪ଟି ପ୍ରକଳ୍ପ ହେଲେ ରୁଙ୍ଗଟା ମାଇନ୍ସର ୩୪ ନିୟୁତ ଟନ କ୍ଷମତା ବିଶିଷ୍ଟ ବେନିଫିଏସନ ପ୍ଲାଣ୍ଟ , ଏକ ସ୍ଲରି ପାଇପଲାଇନ, ଶ୍ୟାମ ମେଟାଲିକ୍ସର ପେଲେଣ୍ଟ ପ୍ଲାଣ୍ଟର ସଂପ୍ରସାରଣ, େଓ୍ଵଲମ୍ୟାନ ଷ୍ଟିଲର ୧.୮ ନିୟୁତ ଟନ କ୍ଷମତା ବିଶିଷ୍ଟ ବେନିଫିସିଏସନ ପ୍ଲାଣ୍ଟ ।

ଶୁକ୍ରବାରଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ୯୩ ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏ ସବୁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ ।

ବଣାଇଠାରେ ପ୍ରତିଷ୍ଠା ହେବାକୁ ଥିବା ନିଜର ବେନିଫିସିଏସନ ପ୍ଲାଣ୍ଟ ପ୍ରକଳ୍ପରେ ରୁଙ୍ଗଟା ୯୭୫ କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୨୯୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କମ୍ପାନି ନିଜର ଭୂତଳ ସ୍ଲରି ପାଇପଲାଇନ ପ୍ରକଳ୍ପରେ ୯୫୧ କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୭୨ଜଣ ଲୋକଙ୍କୁ ନିଯୁକ୍ତି ମିଳିବ । ଶ୍ୟାମ ମେଟାଲିକ୍ସ ନିଜର ପେଲେଟ ପ୍ଲାଣ୍ଟ ସଂପ୍ରସାରଣ ପ୍ରକଳ୍ପରେ ୭୬ କୋଟି ୯୨ ଲକ୍ଷ ଟଙ୍କା ନିବେଶ କରିବ । ସେହିପରି େଓଲମ୍ୟାନ ଷ୍ଟିଲ୍ସ ନିଜ ପ୍ରକଳ୍ପରେ ୧୭୦ କୋଟି ନିବେଶ କରିବ ।

ସମ୍ବନ୍ଧିତ ଖବର