୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଂଜୁରୀ

ଭୁବନେଶ୍ୱର : ଓଡ଼ିଶା ସରକାର ଆଜି ୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଏହା ଦ୍ୱାରା ପ୍ରାୟ ୬୫୨୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସୋମବାରଦିନ ବସିଥିବା ରାଜ୍ୟସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ବୈଠକରେ ରୁଙ୍ଗଟା ମାଇନ୍ସ ଷ୍ଟିଲ କାରଖାନାର ସଂପ୍ରସାରଣ ପ୍ରସ୍ତାବ ଓ ଧନୁସେରୀ ଭେଞ୍ଚର୍ସର ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ନିଜର ସଂପ୍ରସାରଣ ଯୋଜନାରେ ରୁଙ୍ଗଟା ୭୮୩୬ କୋଟି ଟଙ୍କା ନିବେଶ କରିବ । ସେହିପରି ଧନୁସେରୀ ଭେଞ୍ଚର୍ସ ଆନହାଇଡ୍ରାଇଡ୍ ଉତ୍ପାଦନ କାରଖାନା ପାରାଦୀପଠାରେ ସ୍ଥାପନ କରାଯିବାକୁ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପରେ ୧୦୧୩ କୋଟି ଟଙ୍କା ବ୍ୟୟ କରାଯିବ ।

ଏହି ଦୁଇଟି ପ୍ରକଳ୍ପଛଡ଼ା ମେସର୍ସ ନିରେନ କୁମାର ଆନନ୍ଦ ଦ୍ୱାରା ପ୍ରସ୍ତାବିତ ଜୋତା କାରଖାନା, କାସଭି ଇଣ୍ଟରନାସନାଲର ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ, ପୁରୋଷ୍ଟିଲ ଇଣ୍ଡିଆର ଟ୍ୟୁବ ଓ ପାଇପ କାରଖାନା, ଓଡ଼ିଶା କ୍ୟାରିୟର ଏଣ୍ଡ ଟ୍ରେଡର ଲଜିଷ୍ଟିକ୍ସ ପାର୍କ ପ୍ରସ୍ତାବକୁ ମଧ୍ୟ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ମଂଜୁରୀ ଦିଆଯାଇଛି ।

ସମ୍ବନ୍ଧିତ ଖବର