ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ

 ଭୁବନେଶ୍ବର: ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ରାଜ୍ୟବାସୀଙ୍କୁ କେଉଁ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ତାହା ଉପରେ ରହିଛି ସମସ୍ତଙ୍କ ନଜର । ରାଜ୍ୟରେ ଲଗାତାର ବଢାଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମ ପାଳିବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ । ଏଣେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କର ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶାକୁ ୧୦ ଦିନର ଆଗୁଆ ଟିକା ଦେବା ପାଇଁ ସେ ଅନୁରୋଧ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସଫଳତାର ସହ ଟିକାକରଣ କରାଯାଇଛି । ପ୍ରତିଦିନ ଏବେ ଅଢ଼େଇ ଲକ୍ଷରୁ ଅଧିକ ଟିକାକରଣ କରାଯାଉଛି ।

କେନ୍ଦ୍ରକୁ ବାରମ୍ବାର ଅନୁରୋଧ ସତ୍ତ୍ବେ ପର୍ଯ୍ୟାପ୍ତ ପରିମାଣର ଟିକା ମିଳୁନାହିଁ । ରାଜ୍ୟରେ ଯଥେଷ୍ଟ ଟିକା ନଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି । କୋଭିଡର ନୂଆ ଲହରକୁ ଦେଖି ୨୦୨୧-୨୨ ପାଇଁ କେନ୍ଦ୍ରକୁ ୩୦୦ କୋଟି ଟଙ୍କା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୨୦-୨୦୨୧ରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡ଼ିଶାକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିଲା।
ସମ୍ବନ୍ଧିତ ଖବର