୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ସାମିଲ କରିବାକୁ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ବିକଶିତ ହେବାକୁ ଥିବା ଦେଶର ୧୭ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳୀକୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ।  ଏହି ୧୭ଟି କୌଣସି ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଓଡ଼ିଶାରେ କୌଣସି  ପର୍ଯ୍ୟଟନ ସ୍ଥଳୀ ନ ରହିବା ଆଶ୍ଚର୍ଯ୍ୟ କରିଛି ବୋଲି ନବୀନ ଲେଖିଛନ୍ତି ।  ନିଜ ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଓଡ଼ିଶାରେ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି ।

ସେଗୁଡ଼ିକ ମଧ୍ୟରେ ରହିଛି ଚିଲିକା, ଭିତରକନିକା ଓ ସିମିଳିପାଳ ପରି ଚମତ୍କାର ପ୍ରାକୃତିକ ସ୍ଥଳୀ ଓ କୋଣାର୍କ, ହୀରକ ବୌଦ୍ଧ ସର୍କିଟ ପରି କେତେକ ପ୍ରାଚୀନ ଭାସ୍କର୍ଯ୍ୟ । ଏମାନଙ୍କୁ ବିଚାରକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ  କେନ୍ଦ୍ର ସରକାରଙ୍କ ଦ୍ୱାରା ବିକଶିତ ହେବାକୁ ଥିବା ଦେଶର ୧୭ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରାଜ୍ୟର କୈଣସି ପର୍ଯ୍ୟଟନସ୍ଥଳୀ ଅନ୍ତର୍ଭୁକ୍ତ ନ ହେବାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର