ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କ ଯାତାୟତରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତା ୩୦ ତାରିଖ ଠାରୁ ସାମୟିକ ଭାବେ ବନ୍ଦ ରଖାଯିବ। ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣିକୁ ମଧ୍ୟ ବନ୍ଦ ରଖାଯିବ। ଏହି ସମୟରେ ଜନସାଧାରଣ ସେମାନଙ୍କ ଅଭିଯୋଗକୁ ଡାକ କିମ୍ବା ଅନ୍ଲାଇନ୍ ଜରିଆରେ ପଠାଇ ପାରିବେ। ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇବା ପରେ ଅଭିଯୋଗ ପ୍ରକୋଷ୍ଠ ପୁନର୍ବାର ଜନସାଧାରଣଙ୍କ ନିମନ୍ତେ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମୟିକ ବନ୍ଦ, ଜିଲ୍ଲା ଅଭିଯୋଗ ଶୁଣାଣି ବି ବନ୍ଦ ରହିବ
/sambad/media/post_attachments/wp-content/uploads/2018/04/cm-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)