ରାଜ୍ୟରେ କରୋନା ସଂକ୍ରମଣ ୩ ଲକ୍ଷ ମୁହାଁ, ଦିନକରେ ୧୪୭୪ ପଜିଟିଭ୍, ୧୨ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ୩ଲକ୍ଷ ନିକଟତର ହୋଇଛି। ଯଦିଓ ସେପ୍ଟେମ୍ବର ମାସ ତୁଳନାରେ ସଂକ୍ରମଣ ହ୍ରାସ ପାଇଛି, ତଥାପି ଦୈନିକ ଏହା ୧୫ଶହ ନିକଟବର୍ତୀ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୭୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୮୮୯କୁ ବୃଦ୍ଧି ପାଇଛି। ଏହାସତ୍ତ୍ବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ୧୨ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ମୟୂରଭଞ୍ଜ, ମାଲକାନଗିରିରୁ ୩ଜଣ ଲେଖାଏଁ, ଭୁବନେଶ୍ବରରୁ ୨ଜଣ, ରାୟଗଡ଼ା, ଯାଜପୁର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୩୬୪କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୩୬ଜଣ, ଗଞ୍ଜାମ ୨୩୦, କଟକ ୧୧୩, ପୁରୀ ୮୫, ସୁନ୍ଦରଗଡ଼ ୭୪ ଓ ବାଲେଶ୍ବରରେ ୬୯ଜଣ ପ୍ରାଣ ହରାଇ ସାରିଲେଣି।

ଦିନକରେ ରାଜ୍ୟରେ ୪୮,୯୭୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୪୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୭୫ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୮,୯୭୯କୁ ବୃଦ୍ଧି ପାଇଛି। କଟକ ୧୨୦, ସୁନ୍ଦରଗଡ଼ ୧୦୪, ଅନୁଗୁଳ ୭୬, ବାଲେଶ୍ବର ୭୮, ବରଗଡ଼ ୬୮, ଭଦ୍ରକ ୧୯, ବଲାଙ୍ଗୀର ୮୯, ବୌଦ୍ଧ ୫, ଦେବଗଡ଼ ୭, ଢେଙ୍କାନାଳ ୧୮, ଗଜପତି ୫, ଗଞ୍ଜାମ ୩୩, ଜଗତସିଂହପୁର ୬୭, ଯାଜପୁର ୩୯, କଳାହାଣ୍ଡି ୩୬, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୫୬, କେନ୍ଦୁଝର ୬୯, କୋରାପୁଟ ୨୩, ମାଲକାନଗିରି ୨୯, ମୟୂରଭଞ୍ଜ ୫୨, ନବରଙ୍ଗପୁର ୩୦, ନୟାଗଡ଼ ୨୦, ନୂଆପଡ଼ା ୪୬, ପୁରୀ ୭୩, ରାୟଗଡ଼ା ୭, ସମ୍ବଲପୁର ୩୭, ସୋନପୁର ୫ ଓ ଷ୍ଟେଟ୍‌ ପୁଲରୁ ୩୦ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ୧୫୨୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ‌ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୮୨ହଜାର ୭୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୩୯୯କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୨୮୫ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ମୟୂରଭଞ୍ଜ ୧୧୩, କଟକ ୧୦୨, ଜଗତସିଂହପୁର ୯୪, ଅନୁଗୁଳ ୮୯, ନୂଆପଡ଼ା ୭୦, ଝାରସୁଗୁଡ଼ା ୬୮, ସୁନ୍ଦରଗଡ଼ ୬୫, ବଲାଙ୍ଗୀର ୬୩, କେନ୍ଦ୍ରାପଡ଼ା ୫୩, ବାଲେଶ୍ବର ୫୦, ଯାଜପୁର ୪୮, ବରଗଡ଼ ୪୬, ପୁରୀ ୪୫, ଗଞ୍ଜାମ ୩୬, କେନ୍ଦୁଝର ୩୦, ସମ୍ବଲପୁର ୨୭, ଭଦ୍ରକ ୨୬, ଢେଙ୍କାନାଳ ଓ ସୋନପୁର ୨୫ ଲେଖାଏଁ, କଳାହାଣ୍ଡି ଓ କୋରାପୁଟ ୨୪ ଲେଖାଏଁ, ବୌଦ୍ଧ ୧୭, ନବରଙ୍ଗପୁର ଓ ନୟାଗଡ଼ ୧୬ ଲେଖାଏଁ, ଦେବଗଡ଼ ୧୧, ରାୟଗଡ଼ା ୧୦, କନ୍ଧମାଳ ଓ ମାଲକାନଗିରି ୮ ଲେଖାଏଁ, ଗଜପତି ୫, ଷ୍ଟେଟ୍‌ ପୁଲରୁ ୨୧ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର