ଭୁବନେଶ୍ବର : ଗତ ସପ୍ତାହରେ ରାଜ୍ୟ କଂଗ୍ରେସ ଭବନରେ ବାହୁବଳୀ ପ୍ରବେଶ କରିବା ଘଟଣାରେ ପିସିସି ପକ୍ଷରୁ ୩ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷ ଥିବାବେଳେ ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ପୂର୍ବତନ ପୁଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ ସଦସ୍ୟ ଅଛନ୍ତି। କମିଟି ସମ୍ପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଥିଲେ, କେଉଁ ପରିସ୍ଥିତିରେ କଂଗ୍ରେସ ଭବନ ଭିତରୁ ବାହୁବଳୀ ପ୍ରବେଶ କଲେ ସେ ନେଇ ଅନୁଧ୍ୟାନ କରାଯିବ। ତେବେ ନିର୍ଦ୍ଦିଷ୍ଟ କେତେଦିନ ଭିତରେ କମିଟି ତଦନ୍ତ କାର୍ଯ୍ୟ ପୂରା କରିବ ସେ ନେଇ ଶ୍ରୀ ତ୍ରିପାଠୀ କିଛି ବି କହିନଥିଲେ।
କଂଗ୍ରେସ ଭବନରେ ବାହୁବଳୀ ପ୍ରବେଶ କରିବା ଘଟଣା : ତଦନ୍ତ ପାଇଁ ପିସିସି ପକ୍ଷରୁ ୩ ଜଣିଆ କମିଟି ଗଠନ
/sambad/media/post_attachments/wp-content/uploads/2020/01/Congress_Bhawan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)