କଂଗ୍ରେସକୁ ଫେରିଲା ପୁରୁଣା ରୋଗ : ‌ମୋକିମଙ୍କ ପାଇଁ ଲବି ଆରମ୍ଭ, ନିରଞ୍ଜନ କହିଲେ ମୁଁ ମୁକ୍ତି ଚାହେଁ

ଭୁବନେଶ୍ବର : ବିଧାନସଭାରେ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ବେ ସବୁବେଳେ ଅନ୍ତଃକନ୍ଦଳରେ ମାତିଥିବା କାରଣରୁ କଂଗ୍ରେସ ସଂଗଠନ ପ୍ରତି େଭାଟର ବିମୁଖ େହାଇଛନ୍ତି। ଏମିତି େଯ ଗତ ପଞ୍ଚାୟତ ନିର୍ବାଚନରେ ଦଳ ତିନି ନମ୍ବର ସ୍ଥାନକୁ ଖସିଆସିଥିଲା। ଗତ ବିଧାନସଭା ନିର୍ବାଚନରେ ଓଡ଼ିଶାର େଭାଟର ଦଳକୁ େଗାଟିଏ ଅଙ୍କ (୯)ରେ ସୀମିତ ରଖିଦେଲେ। ସଦ୍ୟସମାପ୍ତ ବିଜେପୁର ଉପନିର୍ବାଚନରେ ଦଳର ବିକଳ ପ୍ରଦର୍ଶନ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।

ଠିକ୍ ଏମିତି ଏକ ସମୟରେ ଦଳୀୟ ନେତାମାନେ ସଂଗଠିତ େହବା ବଦଳରେ ପୁଣି ଥରେ ସମାନ କାରଣ ଅର୍ଥାତ୍ ଅନ୍ତଃକନ୍ଦଳକୁ ନେଇ ବିତର୍କ ଭିତରକୁ ଆସିଛନ୍ତି। ଦଳ ପ୍ରତି କାହିଁକି ଗ୍ରହଣୀୟତା କମୁଛି ସେ େନଇ ତର୍ଜମା କରିବା ବଦଳରେ ଚିରାଚରିତ ଭାବେ ଦଳପତି ପରିବର୍ତନ ଦାବି େଜାର ଧରିଲାଣି। ଆଜି େଗାଟିଏ େଗାଷ୍ଠୀ ଭୁବନେଶ୍ବର ପାନ୍ଥନିବାସରେ ଏକାଠି େହାଇ ପିସିସି ସଭାପତି ପରିବର୍ତନ କରିବେ େବାଲି ନିଷ୍ପତ୍ତି େନଇଛନ୍ତି। କେବଳ ସେତିକି ନୁହେଁ, କଂଗ୍ରେସ ହାଇକମାଣ୍ଡ କିମ୍ବା ରାଜ୍ୟ କଂଗ୍ରେସର ଅନ୍ୟ ଛାମୁଆ ନେତାଙ୍କ ଉପରୁ ଭରସା ତୁଟାଇ ସେମାନେ ଏକଥା ବି ସ୍ଥିର କରିଦେଇଛନ୍ତି େଯ ମହମ୍ମଦ େମାକିମଙ୍କୁ ସଭାପତି କରିବା ପାଇଁ ସେମାନେ ନୂଆଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ଦାୟିତ୍ବରେ ଥିବା େସାନିଆ ଗାନ୍ଧୀଙ୍କ ନିକଟରେ ଆପତ୍ତି ଜଣାଇବେ। ନଭେମ୍ବର ପ୍ରଥମ ସପ୍ତାହରେ ଏକ ପ୍ରତିନିଧିମଣ୍ଡଳୀ ଦିଲ୍ଲୀ ଯାଇ ଏହି ଦାବି ରଖିବ।

କଂଗ୍ରେସ େନତା ବାପି ସର୍ଖେଲ ଗଣମାଧ୍ୟମରେ କହିଛନ୍ତି, ବାରମ୍ବାର ନିର୍ବାଚନ ହାରିବା ପରେ ଦଳୀୟ କର୍ମୀ ହତାଶ ହୋଇପଡିଲେଣି। କଂଗ୍ରେସ ସ୍ଥିତି େଶାଚନୀୟ ଆଡକୁ ଗତି କରୁଛି। ମହମ୍ମଦ େମାକିମଙ୍କୁ କଟକରେ େଲାକ ଗ୍ରହଣ କରିଥିବାରୁ ତାଙ୍କୁ ସଭାପତି କରାଯାଉ। ଓଡ଼ିଶାରେ କଂଗ୍ରେସକୁ ନୂଆ ନେତାଙ୍କ ଆବଶ୍ୟକତା ରହିଛି।

ଏହି ବୈଠକରେ ଶ୍ରୀ ସର୍ଖେଲଙ୍କ ବ୍ୟତୀତ କୁମାର ଚିରଞ୍ଜିବୀ, ତ୍ରିଲୋଚନ ମହାନ୍ତି, ମୂରଲୀଧର ଜେନା, ଅବଦୁଲ ବାରି, ଅେଶାକ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସର େଗାଟିଏ େଗାଷ୍ଠୀର ଏଭଳି ନିଷ୍ପତ୍ତି ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆଦୌ ବିସ୍ମିତ କରିନାହିଁ। କାରଣ ଗତ ୨୦ ବର୍ଷ ଧରି େଗାଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ସରକାରକୁ ଆସିବାରେ ସମର୍ଥ େହଉଥିବା ବେଳେ ବିେରାଧୀ ଦଳ ଦୁର୍ବଳ ହେବାରେ ଲାଗିଛନ୍ତି। କଂଗ୍ରେସ େଗାଟିଏ େକ୍ଷତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଆସିଛି, ତାହା େହଉଛି ପିସିସି ସଭାପତି ଯିଏ ହେଉନା କାହିଁକି, ତା ବିେରାଧରେ ନୂଆଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଆଉ େଗାଟିଏ େଗାଷ୍ଠୀ େଫରାଦ ହେବେ ଓ ରାଜ୍ୟ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହେବ। ସମ୍ଭବତଃ ଏହି କାରଣରୁ ଓଡ଼ିଶାର ତିନି ପ୍ରମୁଖ ଦଳ ମଧ୍ୟରେ କଂଗ୍ରେସର େନତୃତ୍ବ ସବୁଠାରୁ ଅଧିକ ଥର ବଦଳିଛନ୍ତି ଓ ଦଳ କ୍ରମଶଃ ବିପର୍ଯ୍ୟୟ ଆଡକୁ ମୁହାଁଇବାରେ ଲାଗିଛି େବାଲି ରାଜନୈତିକ ତଥ୍ୟାଭିଜ୍ଞ ମହଲ ମତ ରଖିଛନ୍ତି।

ସବୁଠାରୁ କୌତୂହଳର କଥା ହେଲା, ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦଳର େଗାଟିଏ େଗାଷ୍ଠୀର ଏଭଳି ପଦକ୍ଷେପକୁ ନେଇ ଆଦୌ ଦୁଃଖୀ କିମ୍ବା ବିଚଳିତ ନାହାନ୍ତି। ବରଂ େଖାଲାଖୋଲି କହିଛନ୍ତି, ଯେଉଁମାନେ ପିସିସି ସଭାପତି ହେବାକୁ ଚାହୁଁଛନ୍ତି ମତେ କହନ୍ତୁ। ମୁଁ ସେମାନଙ୍କ ନାଁ ଏଆଇସିସିକୁ ସୁପାରିସ କରିବି। କଂଗ୍ରେସରେ ଏମିତି ମେଳି, ଚକ୍ରାନ୍ତ ନୂଆ ନୁହେଁ, ଏହା ଏକ ପୁରୁଣା ରୋଗ। ପିସିସିରେ ପଦବି କି ଟିକେଟ ପାଇନଥିବା ଲୋକ ଏମିତି କରୁଛନ୍ତି। ମୋତେ ବାହାର କରିବାକୁ ବୈଠକ କରିବା କିଛି ଦରକାର ନାହିଁ। ମୁଁ ରହିବାକୁ ଚାହୁଁନି, ମୋତେ ମୁକ୍ତି ଦେଇ ପଦବି କିଏ ନେବ କୁହନ୍ତୁ େବାଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର