କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା

ସିଇସିକୁ ଯିବ ପିଇସି ତାଲିକା,ପରେ ଚୂଡାନ୍ତ, ଦ୍ବନ୍ଦ୍ବ ଥିବା ଆସନରେ ପିସିସି ସଭାପତିଙ୍କୁ ଦାୟିତ୍ବ, ମେଣ୍ଟ ସଂପର୍କରେ ନିଷ୍ପତ୍ତି ନେବ ଏଆଇସିସି

ଭୁବନେଶ୍ବର : ଏଆଇସିସି ସ୍କ୍ରିନିଂ କମିଟିର ଲମ୍ବା କସରତ ପରେ ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି(ପିଇସି) ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ନେଇ ତାଲିକା ଚୂଡ଼ାନ୍ତ କରିଛି। ରାଜ୍ୟର ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ପିଇସିର ତାଲିକା ଏଆଇସିସିର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ନିକଟକୁ ପଠାଯିବ। ସେହି ତାଲିକା ଉପରେ ମୋହର ମାରିବ ଏଆଇସିସି। ତେବେ ପିଇସି ପ୍ରସ୍ତୁତ କରିଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ନାମ ତାଲିକାକୁ େନଇ ଚର୍ଚା େଜାର ଧରିଛି। ବୁଲୁଥିବା ତାଲିକାେର ଲୋକସଭା ହେଉ କି ବିଧାନସଭା, ଗୋଟିଏ ଗୋଟିଏ ଆସନରୁ ଏକାଧିକ ପ୍ରାର୍ଥୀଙ୍କ ନାମ ଥିବା େଦଖାଯାଇଛି। ବରିଷ୍ଠ ନେତାମାନଙ୍କ ନାମ ସହିତ ଆସନ ମଧ୍ୟ ଚର୍ଚାକୁ ଆସିଛି।

ଆଜି କଂଗ୍ରେସ ଭବନରେ ପ୍ରାର୍ଥୀ ଚୟନ ପାଇଁ ପିଇସିର ମାରାଥନ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଅଧିକାଂଶ ଜିଲ୍ଲା କର୍ମକର୍ତା ଓ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ଭିଡ଼ ଦିନତମାମ ଲାଗି ରହିଥିଲା। ପିଇସି ସହିତ ପିସିସି କାର୍ଯ୍ୟକାରିଣୀ ବୈଠକ ବି ଅନୁଷ୍ଠିତ ହୋଇଥିଲା। ଉଭୟ ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଅସ୍ଥାୟୀ ପ୍ରଭାରୀ ଟି.ଏସ୍‌. ସିଂହଦେଓ, ଏଆଇସିସି କର୍ମକର୍ତା ରୂଦ୍ର ରାଜୁ, ଆଦିତ୍ୟ ଶର୍ମା, ସେକ୍‌ ମସ୍ତାନ ଭାଲି ଏବଂ ପିଇସି ରାଜ୍ୟ ଆବାହକ ଅନନ୍ତ ସେଠୀ, ପିସିସି କର୍ମକର୍ତାମାନେ ଯୋଗ ଦେଇଥିଲେ। ବୈଠକ ପରେ କମିଟି ଆବାହକ ଶ୍ରୀ ସେଠୀ କହିଲେ ଯେ ପିଇସି ପ୍ରସ୍ତୁତ କରିଥିବା ପ୍ରାର୍ଥୀ ତାଲିକା ଏଆଇସିସିର ସିଇସିକୁ ପଠାଯିବ। ତେବେ ଆଗାମୀ ନିର୍ବାଚନରେ ସହଯୋଗୀ ଦଳମାନଙ୍କ ସହିତ ମେଣ୍ଟ ପ୍ରସଙ୍ଗରେ ଏଆଇସିସିକୁ ଅବଗତ କରାଯାଇଛି। ସେମାନେ ମେଣ୍ଟ ନେଇ ନିର୍ଣ୍ଣୟ କରିବେ। ଆଜି ପିଇସି ପ୍ରସ୍ତୁତ କରିଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଅନେକ ପ୍ରାର୍ଥୀଙ୍କ ନାମ ଓ ଆସନ ଚର୍ଚାକୁ ଆସିଛି। ସେମାନଙ୍କ ମଧ୍ୟରେ କଟକ ଲୋକସଭା ଆସନ ପାଇଁ ପଞ୍ଚାନନ କାନୁନଗୋ ଓ ସୁରେଶ ମହାପାତ୍ର, ବାଲେଶ୍ବର ଲୋକସଭା ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ, ଭଦ୍ରକ ପାଇଁ ଅନନ୍ତ ସେଠୀ, ପଞ୍ଚାନନ ମଣ୍ଡଳ, ଢେଙ୍କାନାଳ ପାଇଁ କେ.ପି.ସିଂହଦେଓ, ରାମଚନ୍ଦ୍ର ଖୁଣ୍ଟିଆ, ବଲାଙ୍ଗୀର-ସମରେନ୍ଦ୍ର ମିଶ୍ର, ଲକ୍ଷ୍ମଣ ମେହେର, ଯାଜପୁର-ମାନସ ଜେନା, ଅର୍ଜୁନ ଚରଣ ଦାସ, କଳାହାଣ୍ଡି-ଭକ୍ତଚରଣ ଦାସ, ଜଗନ୍ନାଥ ପଟ୍ଟନାୟକ, ନବରଙ୍ଗପୁର-ପ୍ରଦୀପ ମାଝୀ, ଚନ୍ଦ୍ରଶେଖର ମାଝୀ, କେନ୍ଦ୍ରାପଡ଼ା-ଧରଣୀଧର ନାୟକ, ଚିନ୍ମୟ ବେହୁରା, ଜଗତ୍‌ସିଂହପୁର-ବିଭୁପ୍ରସାଦ ତରାଇ, ପ୍ରଶାନ୍ତ ମଲ୍ଲିକ, ପୁରୀ- ବିଶ୍ବରଞ୍ଜନ ମହାନ୍ତି, ସତ୍ୟପ୍ରକାଶ ନାୟକ, ସୁନ୍ଦରଗଡ଼-ଜର୍ଜ ତିର୍କୀ, ପ୍ରଫୁଲ୍ଲ ମାଝୀ, ସମ୍ବଲପୁର-ଶରତ ପଟ୍ଟନାୟକ, ଅମର ପ୍ରଧାନ, କନ୍ଧମାଳ-ମନୋଜ ଆଚାର୍ଯ୍ୟ, ଚନ୍ଦ୍ରଶେଖର ପରିଡ଼ା ପ୍ରମୁଖଙ୍କ ନାମ ତାଲିକାରେ ରହିଥିବା କୁହାଯାଉଛି।

ବିଧାନସଭା ଆସନ ତାଲିକାରେ ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅଛନ୍ତି କଣ୍ଟାବାଞ୍ଝି-ସନ୍ତୋଷ ସିଂହ ସାଲୁଜା, ଜୁନାଗଡ଼-ଗୋବର୍ଧନ ଦାସ, ନବରଙ୍ଗପୁର-ସଦନ ନାୟକ, ନର୍ଲା-ଜଗନ୍ନାଥ ପଟ୍ଟନାୟକ, ଡାବୁଗାଁ-ଭୁଜବଳ ମାଝୀ, କୋଟପାଡ଼-ଚନ୍ଦ୍ରଶେଖର ମାଝୀ, ଜି.ଉଦୟଗିରି-ଜାକବ ପ୍ରଧାନ, ବାଙ୍କୀ-ଦେବାଶିଷ ପଟ୍ଟନାୟକ, ବଡ଼ଚଣା-ସୀତାକାନ୍ତ ମହାପାତ୍ର, ଢେଙ୍କାନାଳ-ନବୀନ ଚନ୍ଦ୍ର ନାରାୟଣ ଦାସ, ବଲାଙ୍ଗୀର- ନରସିଂହ ମିଶ୍ର, ଟିଟିଲାଗଡ଼-ସୁରେନ୍ଦ୍ର ସିଂହ ଭୋଇ, ରାଇରଙ୍ଗପୁର-ଶ୍ୟାମ ହାଁସଦା, ଜଳେଶ୍ବର-ଦେବୀପ୍ରସାଦ ଚାନ୍ଦ, ଭଣ୍ଡାରି‌େପାଖରୀ-ନିରଞ୍ଜନ ପଟ୍ଟନାୟକ, ଭଦ୍ରକ-ନରେନ୍‌ ପଲେଇ, ଆଠଗଡ଼-ଉମାବଲ୍ଲଭ ରଥ, ବାରବାଟୀ-କଟକ-ମହମ୍ମଦ ମୋକିମ୍‌, ସାଲେପୁର-ପ୍ରକାଶ ବେହେରା, ଗୁରୁପଦ ନନ୍ଦ, ପାଟକୁରା-ଜୟନ୍ତ ମହାନ୍ତି ଓ ଚିନ୍ମୟ ବେହୁରା, କେନ୍ଦ୍ରାପଡ଼ା-ଗଣେଶ୍ବର ବେହେରା, ଆଳି-ଦେବେନ୍ଦ୍ର ନାଥ ଶର୍ମା, ରାଜନଗର-ଅଂଶୁମାନ ମହାନ୍ତି, ମହାକାଳପଡ଼ା-ଲୋକନାଥ ମହାରଥୀ, ପାରାଦୀପ-ଅରିନ୍ଦମ ସର୍ଖେଲ, ବାଲିକୁଦା-ଏରସମା-ଲଲାଟେନ୍ଦୁ ମହାପାତ୍ର, ଜଗତ୍‌ସିଂହପୁର-ଚିରଞ୍ଜୀବ ବିଶ୍ବାଳ, ତଳସରା-ଡା. ପ୍ରଫୁଲ୍ଲ ମାଝୀ, ରାଉରକେଲା- ବିରେନ୍‌ ସେନାପତି, ସମ୍ବଲପୁର-ଅଶ୍ବିନୀ ଗୁରୁ, ଘସିପୁରା-ନିରଞ୍ଜନ ପଟ୍ଟନାୟକ, ସୁନ୍ଦରଗଡ଼-ସୁମିତା ବିଶ୍ବାଳ, େବଗୁନିଆ-ପୃଥ୍ବୀବଲ୍ଲଭ ପଟ୍ଟନାୟକ ଓ ପୁରୀ-ଅମୀୟ ପଟ୍ଟନାୟକ।

ଆଜି ପିଇସି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦ୍ବନ୍ଦ୍ବ ଥିବା ଆସନେର କଂଗ୍ରେସ ପ୍ରାର୍ଥୀମାନଙ୍କୁ ଟିକେଟ୍‌ ବଣ୍ଟନ ନିଷ୍ପତ୍ତି ନେବେ ପିସିସି ସଭାପତି। ପିଇସି ବୈଠକର ସୂଚନାନୁସାରେ ଓଡ଼ିଶାର ସମସ୍ତ ନିର୍ବାଚନମଣ୍ଡଳୀ ଓ ଦଳୀୟ ପ୍ରାର୍ଥୀମାନଙ୍କ ସଂପର୍କରେ ପର୍ଯ୍ୟବେକ୍ଷକମାନଙ୍କ ତୁଳନାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସ୍ପଷ୍ଟ ଧାରଣା ରହିଛି। ଏଣୁ, ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯେଉଁ ଆସନରେ ଅସୁବିଧା ସୃଷ୍ଟି ହେବ ସେଠାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ତାଙ୍କୁ ଅଡ଼ୁଆ ହେବ ନାହିଁ। ଅବଶ୍ୟ ଏଆଇସିସି ନିକଟକୁ ପ୍ରାର୍ଥୀ ତାଲିକା ଯିବ। ଯେଉଁ ଆସନରେ ଚୟନ ନେଇ କୌଣସି ଅସୁବିଧା ଉପୁଜିବ, ସେ କ୍ଷେତ୍ରରେ ପିସିସି ସଭାପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ଏ ସଂପର୍କରେ ପିଇସି ବୈଠକରେ ଗୃହୀତ ପ୍ରସ୍ତାବ ଅନୁମୋଦନ ପାଇଁ ଏଆଇସିସିକୁ ଯିବ।

ସମ୍ବନ୍ଧିତ ଖବର