ଭୁବନେଶ୍ଵର: ‘ହାତ’ର ହରକତ ସମ୍ଭାଳି ପାରୁ ନାହାନ୍ତି ନୂଆ ସରକାର ! ଯେବେ ବିଜେଡି ସରକାର ଥିଲା ସେବେ ବିରୋଧୀ ଦଳ ଭାବେ ଖାଲି ବିଜେପି ହିଁ ଶକ୍ତି ପ୍ରଦର୍ଶନ କରୁଥିଲା । କଂଗ୍ରେସକୁ କାଁ ଭାଁ ପ୍ରତିବାଦ କରିବାର ଦେଖିବାକୁ ମିଳୁଥିଲା । ମାତ୍ର ଓଡିଶାରେ ବାଜି ଓଲଟିଯିବା ପରେ ଏବେ ବଳ ଗୋଟାଉଛି ‘ହାତ’ । ପୂର୍ବାପେକ୍ଷା ଓଡିଶାରେ ଶକ୍ତିଶାଳୀ ହେଉଛି କଂଗ୍ରେସ । ଆଉ ଆଗଭଳି କଂଗ୍ରେସ କିମ୍ବା କଂଗ୍ରେସ କର୍ମୀଙ୍କୁ ଥଣ୍ଡା ପଡିବାର ଦେଖିବାକୁ ମିଳୁନି ବରଂ ଏବେ ଆଗ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳୁଛି କଂଗ୍ରେସ ଦଳ । ପ୍ରସଙ୍ଗ ଯାହା ବି ହେଉନା କାହିଁକି ଓଡିଶାରେ କଂଗ୍ରେସ ଏବଂ ଚର୍ଚ୍ଚାରେ ରହିଛି । ହୁଏତ ଆପଣ ମଙ୍ଗୁଆଳ ପରିବର୍ତ୍ତନର ଏହା ବଡ଼ ପ୍ରଭାବ କହି ପାରନ୍ତି ଅବା ରାହୁଲଙ୍କ ଓଡିଶା ଗସ୍ତ ସମସ୍ତଙ୍କ ପାଇଁ ବୁଷ୍ଟରଡୋଜ୍ ସାଜିଛି ବୋଲି ବି ଧରି ନେଇ ପାରନ୍ତି । ହେଲେ ଏ କଥାକୁ ଏଡାଇ ଦିଆଯାଇ ନପାରେ କି କଂଗ୍ରେସ ଏବେ ଶୋଇଛି ବୋଲି । ‘ହାତ’ ଉଠିଛି, ‘ହାତ’ ଶକ୍ତିଶାଳୀ ହୋଇଛି ଯାହା ସୂଚାଇ ଦେଉଛି ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଗାଡ଼ିପାରେ ରାଜନୀତିର ପାଣିପାଗ.. କାରଣ ଏ କଂଗ୍ରେସ ସେ କଂଗ୍ରେସ ପରି ନାହିଁ..
କଂଗ୍ରେସର ‘ହାତ’ ଏବେ ସରକାରଙ୍କ ଉପରେ ଭାରିପଡୁଛି । ଯେବେଠୁ ରାହୁଲ ଗାନ୍ଧୀ ବରମୁଣ୍ଡା ପଡ଼ିଆରୁ ସରକାର ଉପରେ ହମଲା କରିଛନ୍ତି, ଆଉ ଓଡ଼ିଶାରେ ବିଜେପି ସରକାରକୁ ସତ୍ତାରୁ ବିଦା କରିବାକୁ ଆହ୍ୱାନ ଦେଇଛନ୍ତି, ସେବେଠୁ ଯେମିତି ଓଡ଼ିଶା କଂଗ୍ରେସକୁ ମିଳିଛି ଅଦେଖା ଶକ୍ତି । ଘଟଣା ଯାହା ବି ହେଉନା କାହିଁକି, ପ୍ରସଙ୍ଗ ଯାହା ବି ଥାଉ ନା କାହିଁକି.. କଂଗ୍ରେସ ପୂରା ଜୋସରେ ସରକାରକୁ ଘେରୁଛି । ଯଦିଓ ବିଜେଡି ବଡ଼ ବିରୋଧୀ ଦଳ ଭାବେ ଓଡିଶାରେ ଉଭା ହୋଇଛି ମାତ୍ର କଂଗ୍ରେସ ବି କିଛି କମ୍ ନୁହେଁ । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ପଛରେ ଏବଂ ବିଜେଡି ଆଗରେ ଥାଇପାରେ ହେଲେ ସରକାରକୁ ଅଡୁଆରେ ପକାଇବାରେ କିନ୍ତୁ କଂଗ୍ରେସ ଟିକେ ବି ପଛରେ ପଡ଼ିନି । ବିଧାନସଭା ହେଉ କି, ରାଜରାସ୍ତାରେ....ଅନେକ ସମୟରେ ମୁଖ୍ୟ ବିରୋଧୀ ଦଳ ଭଳି କଂଗ୍ରେସ ମୋହନ ସରକାରକୁ ଅଡୁଆରେ ପକାଇ ଆସିଛି, ଆଉ ପକାଉଛି ବି.. ଯାହାର ବଡ଼ ଉଦାହରଣ ଗତକାଲିର ଓଡିଶା ବନ୍ଦ ।
ଧନ୍ୟବାଦ ଓଡ଼ିଶା
— Odisha Congress (@INCOdisha) July 18, 2025
ସାମ୍ବାଦିକ ଏବଂ ସାମ୍ବାଦିକମାନଙ୍କୁ ଧନ୍ୟବାଦ
ବିଜେପିର କୁଶାସନ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ
ଆପଣଙ୍କ ସମର୍ଥନ ଜରୁରୀ ଥିଲା
ଆମେ ଏକାଠି ଓଡ଼ିଶାର ମହିଳାମାନଙ୍କୁ ସୁରକ୍ଷା ଦେବୁ
ଜୟ ହିନ୍ଦ 🇮🇳🌻 pic.twitter.com/fPst1DqbBl
ମାଡ଼ି ଚାଲିଛି କଂଗ୍ରେସ
ବାଲେଶ୍ଵର ଛାତ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଯେଉଁ ଭଳି ଭାବେ ବିରୋଧ କରୁଛି ତାହା ହିଁ ସୂଚାଇ ଦେଉଛି କି ଧିରେଧିରେ ଦଳର ଫେରୁଛି ବଳ । ଙ୍କ ବାସଭବନ ଘେରାଉ ହେଉ କି ଓଡିଶା ବନ୍ଦ ଡାକରା । ବାଲେଶ୍ଵର ପ୍ରସଙ୍ଗରେ ବିରୋଧୀ ଭାବରେ ଦିପାଦ ଆଗରେ ରହିଛି କଂଗ୍ରେସ । କାରଣ ବିଜେଡି ବାଲେଶ୍ଵରରେ ବନ୍ଦ ପାଳନ କରିଥିବା ବେଳେ କଂଗ୍ରେସ ବିଭିନ୍ନ ବାମପନ୍ଥୀ ଦଳ ସହ ମିଶି ସାରା ଓଡିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କଲା । ସେହିପରି ବିଜେଡି ଲୋୟର ପିଏମଜିରେ ପ୍ରତିବାଦ କରୁଥିବା ବେଳେ ଯୁବ କଂଗ୍ରେସ ଆସି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ନାରାବାଜି ସହ ପ୍ରତିବାଦ କଲା । କାରଣ କଂଗ୍ରେସ ଦେଖାଇଦେଲା କି ହମ୍ ଭି କିଶିସେ କମ୍ ନେହିଁ..
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ତଥା ଆମ ଦଳ ଓ ସହଯୋଗୀ ଦଳମାନଙ୍କର ନେତୃବୃନ୍ଦ,କର୍ମୀ, ଯୁବକ, ଛାତ୍ର ଓ ମହିଳାମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଗଣମାଧ୍ୟମର ବନ୍ଧୁ ମାନଙ୍କର ସହଯୋଗ ଓ ସର୍ବୋପରି ସମଗ୍ର ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ଯୋଗୁଁ ଆଜିର ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ରୂପେ ସଫଳ ହୋଇପାରିଛି। ଏଥିପାଇଁ ମୁଁ ଭାରତୀୟ ଜାତୀୟ… pic.twitter.com/UpLL46vkV4
— Bhakta Charan Das (@BHAKTACHARANDAS) July 17, 2025
ବାଲେଶ୍ୱର ଫକୀର ମୋହନ କଲେଜର ଛାତ୍ରୀଙ୍କ ଦେହାନ୍ତ ପରେ ଖାଲି ପ୍ରତିବାଦ ନୁହେଁ ବରଂ ପଲ୍ଲୀର କଥାକୁ ଦିଲ୍ଲୀରେ ପହଞ୍ଚାଇଛି କଂଗ୍ରେସ । ଦିଲ୍ଲୀରେ ଛାତ୍ରୀଙ୍କୁ ନ୍ୟାୟ ପାଇଁ ଦାବି ଉଠାଇଛି । ମୋଦୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ଫୁଲ୍ ଜୋସରେ ଥିବା ବେଳେ ଦିଲ୍ଲୀରେ ପ୍ରେସମିଟ କରି ବର୍ଷିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ଏବଂ ଅଳକା ଲମ୍ବା । ଖାଲି କଣ ସେତିକି ଅଳକା ଲମ୍ବା ଓଡିଶା ଆସି ମହିଳା ସୁରକ୍ଷା ନେଇ ପ୍ରତିବାଦ କରିଛନ୍ତି । ବନ୍ଦରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀ ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛନ୍ତି । ଏହାସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସର ପୋଷ୍ଟର ଗର୍ଲ ଭାବେ ପରିଚିତ ପ୍ରିୟଙ୍କା ଗାନ୍ଧୀ ବାଲେଶ୍ଵର ଘଟଣା ନେଇ ଓଡ଼ିଶା ଆସିପାରନ୍ତି । ତେବେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ କିଛି ବି ଘୋଷଣା ହୋଇନଥିଲେ ମଧ୍ୟ ଚର୍ଚ୍ଚା ହେଉଛି ।
हमारे सवाल हैं👇
— Odisha Congress (@INCOdisha) July 14, 2025
• ओडिशा के मामले में राष्ट्रीय महिला आयोग कहां सो रहा है?
• क्या राष्ट्रीय महिला आयोग के किसी सदस्य ने उस पीड़ित बच्ची से मिलने की कोशिश की?
• अगर नहीं की तो क्यों, क्या दबाव है आपके ऊपर?
अगर यह गैर-BJP शासित राज्य या चुनावी राज्य होता तो महिला आयोग वहां… pic.twitter.com/ZW1YG8TPzd
ଆକ୍ସନ ମୋଡରେ ଦଳ
ଖାଲି ସେତିକି ନୁହେଁ ବାଲେଶ୍ଵର ଘଟଣାରେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ କିଛି ମାତ୍ରାରେ ପୋଡି ଯାଇଥିବା ଯୁବକଙ୍କୁ ମଧ୍ୟ ଭେଟିଛନ୍ତି କଂଗ୍ରେସ ଟିମ୍ । ସୋସିଆଲ ମିଡିଆରେ ବି ବେଶ୍ ସକ୍ରିୟ ରହିଛି କଂଗ୍ରେସ । ଦଳର ନବକଳେବର ପରେ ବଳ ପାଇଛି କଂଗ୍ରେସ । ଏଥିସହ ଖୁବ ଶୀଘ୍ର କଂଗ୍ରେସ ଭବନରେ ଖୋଲିବ ମହିଳା ଗ୍ରୀଭାନ୍ସ ସେଲ । ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ଲଞ୍ଚ କରିବ କଂଗ୍ରେସ । ରାଜ୍ୟରେ ଅସୁବିଧାରେ ଥିବା ମହିଳା ମାନେ ଏହି ଆପରେ ଆସି ଅଭିଯୋଗ କରି ପାରିବେ ଆଉ କଂଗ୍ରେସ ମହିଳାଙ୍କ ସମସ୍ୟାର ସମାଧାନ କରିବ ବୋଲି ପିସିସି ସଭାପତି ଭକ୍ତ ଦାସ ବଡ଼ ଘୋଷଣା କରିଛନ୍ତି ।
ओडिशा के साहसी युवक ज्योति प्रकाश से कटक विधायक सोफिया फिरदौस जी के साथ मुलाकात की, जिसने हाल ही में अद्वितीय साहस और मानवीय संवेदना का परिचय दिया।
— Alka Lamba 🇮🇳 (@LambaAlka) July 17, 2025
ओडिशा के बालासोर की दिवंगत बेटी ने आत्मदाह का प्रयास किया तो ज्योति प्रकाश ने बिना अपनी जान की परवाह किए बिना आग में कूदकर उसकी जान… pic.twitter.com/n2qFAAEJOJ
ଭକ୍ତଙ୍କ କାନ୍ଧରେ କଂଗ୍ରେସର ଭାଗ୍ୟ
ଭକ୍ତ ଦାସଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପୁଣି ଥରେ ମୁଣ୍ଡ ଟେକୁଛି । ଯେବେଠୁ ଭକ୍ତ ଦାସ କଂଗ୍ରେସର କମାଣ ଧରିଛନ୍ତି, ସେବେଠୁ ଗୋଟିଏ ଭିନ୍ନ ଅନ୍ଦାଜରେ ନଜର ଆସିଛି କଂଗ୍ରେସ । ଦଳର ନେତାମାନେ ସବୁ କନ୍ଦଳକୁ ଭୁଲି ଏକାଠି ହେଲା ଭଳି ନଜର ଆସୁଛନ୍ତି । ଆଉ ଦିଲ୍ଲୀ ନେତୃତ୍ୱ ମଧ୍ୟ ଓଡ଼ିଶା ଉପରେ ନଜର ପକାଇ ବସିଲା ଭଳି ମନେ ହେଉଛି । ଯାହାକି ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କେନ୍ଦ୍ରରେ ବିଜେପି ସହ କଂଗ୍ରେସ ଯେମିତି ଫାଇଟ୍ କରୁଛି ରାଜ୍ୟରେ ବିଜେପି ସରକାର ଆସିବା ପରେ କଂଗ୍ରେସ ବି କେନ୍ଦ୍ର ଭଳି ଫାଇଟ୍ କରୁଥିବା ନଜର ଆସୁଛି ।
OPCC President Sh. @BHAKTACHARANDAS ji , @MahilaCongress President @LambaAlka ji, @OdishaPMC President Smt Meenakshi Bahinipati ji and women leaders of the state discussed about rise in women crime in Odisha state.
— Odisha Congress (@INCOdisha) July 16, 2025
Congress will fight for women's safety and security. pic.twitter.com/FiZzGgdoPg
ଓଡ଼ିଶାରେ ଯେବେ ନବୀନଙ୍କ ବିଜେଡି ସରକାର ଥିଲା, ସେତେବେଳେ କଂଗ୍ରେସ ଓଡ଼ିଶା ରାଜନୀତିକୁ ସେତେଟା ଫୋକସ୍ କରୁନଥିଲା ବୋଲି କୁହାଯାଏ । ହେଲେ ଯେବେଠୁ ଓଡ଼ିଶାରେ ବିଜେପି ସତ୍ତାକୁ ଆସିଛି, ସେବେଠୁ ରାହୁଲ ଗାନ୍ଧୀଙ୍କ ଫୋକସରେ ରହିଛି ଓଡ଼ିଶା । ଏମିତି କି ସାରା ରାଜ୍ୟ ଯେତେବେଳେ ଡ୍ରାଇଭର ଆନ୍ଦୋଳନକୁ ନେଇ ଅକଳରେ ପଡ଼ିଥିଲା, ସେଭଳି ସମୟରେ ମଧ୍ୟ ରାହୁଲ ଓଡ଼ିଶା ଗସ୍ତ କରିଥିଲେ ଆଉ ବରମୁଣ୍ଡା ପଡ଼ିଆରୁ ସରକାର ଉପରେ ବର୍ଷିଥିଲେ । ରଥଯାତ୍ରାରେ କେମିତି ଜଗନ୍ନାଥଙ୍କ ରଥ ଆଦାନୀଙ୍କ ପାଇଁ ଅଟକିଗଲା ସେନେଇ ରାହୁଲ ବର୍ଷିଥିଲେ । ପରେ ବାଲେଶ୍ଵର ମାମଲାରେ ଲଗାତାର କଂଗ୍ରେସ ବିଜେପି ସରକାରକୁ ଘେରି ଚାଲିଛି ।