ଡାକ୍ତରଖାନାରେ ଭର୍ତ୍ତି ହେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ.ଏ.ଚେଲ୍ଲାକୁମାର

ଭୁବନେଶ୍ୱର: ଡାକ୍ତରଖାନାରେ ଭର୍ତ୍ତି ହେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ.ଏ.ଚେଲ୍ଲାକୁମାର | ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସାମ୍ନାକୁ ଆସିଛି | ଏନେଇ ଟ୍ୱିଟ କରି ଜଣାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି |

ଟ୍ୱିଟରେ ଲେଖାଯାଇଛି ଯେ, ଛାତିରେ ଯନ୍ତ୍ରଣା ହେତୁ ଏ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି | ଆମେ ଆପଣଙ୍କୁ ପୁଣିଥରେ ଓଡ଼ିଶାବାସୀଙ୍କ ପାଇଁ ଆକ୍ସନ୍ ମୋଡରେ ଦେଖିବାକୁ ଚାହୁଁଛୁ | ଆମେ ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢ଼ିବୁ। ଶୀଘ୍ର ସୁସ୍ଥ ହୁଅନ୍ତୁ, ସାର୍!

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୨,୨୦୨୦ରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଆଜି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଥିଲେ | ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲାକୁମାରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଥିଲା | ସେବେଠାରୁ ଓଡ଼ିଶାର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି ଚେଲ୍ଲାକୁମାର |

ସମ୍ବନ୍ଧିତ ଖବର