ଅପରାଧ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ : ସାରା ରାଜ୍ୟରେ କଂଗ୍ରେସର ବି‌କ୍ଷୋଭ

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନକୁ ଦିନ ଅପରାଧର ମାତ୍ରା ବଢ଼ି ବଢ଼ି ଚାଲିଛି। ବିଶେଷକରି ଶିଶୁ, ମହିଳା, ନାବାଳିକାଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ଉଦ୍‌ବେଗଜନକ ଭାବେ ବଢ଼ିଛି। ପ୍ରତିଦିନ ନିଖୋଜ, ଅପହରଣ ଓ ଦୁଷ୍କର୍ମ ଭଳି ଘଟଣା ଘଟୁଛି। ଏତେ ସବୁ ପରେ ବି ମୁଖ୍ୟମନ୍ତ୍ରୀ ଗୃହରେ ଆଇନଶୃଙ୍ଖଳା ନିୟନ୍ତ୍ରଣାଧୀନ ଥିବା ନେଇ ବିବୃତି ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ। ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବରରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏ ସଂପର୍କିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ଏହି ବିକ୍ଷୋଭରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ସମେତ ସଂଗ୍ରାମ ରାଉତରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ବିସ୍ମୟ ମହାପାତ୍ର, ଗୀତାଞ୍ଜଳି ମହାନ୍ତି, ମୋହନ ଜେନା, ସିପ୍ରା ସେନାପତି, ସେକ୍‌ ଅଫ୍‌ତାବ ଅଲ୍ଲୀ, ନିରୋଦ ଗଡ଼ନାୟକ, ମାନସ ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ଚିନ୍ମୟସୁନ୍ଦର ଦାସ, ମନୋଜ ସାହୁ, ସଞ୍ଜୟ ନାୟକ, ସରୋଜ ମହାନ୍ତି, ଶୈଳେନ୍ଦୁ ମଜୁମଦାର, କୈଳାସ ସାହୁ, କୁସୁମ ପ୍ରଧାନ, ଜ୍ୟୋତିଷ ସାହୁ, ସଂକୁନା କହଁର, ମୁନି ଥାପା, ନିରୁପମା ପାତ୍ର, ଆଦିତ୍ୟ ସାହୁ, କ୍ଷୀରୋଦ ବାବୁ ପ୍ରମୁଖ ବିକ୍ଷୋଭରେ ସାମିଲ୍‌ ଥିଲେ। ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ବି‌‌କ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସମ୍ବନ୍ଧିତ ଖବର