ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର୍‌ ଧରିଲା : ବାଇକ୍‌ ରାଲି ସହ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଆନନ୍ଦପୁର : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଇସ୍ତଫା ଦାବି ଜୋର୍‌ଦାର୍‌ ହେବାରେ ଲାଗିଛି। ଅପରାଧ ମାମଲାରେ ପୁଅ ଦେବାଶିଷ ଗିରଫ ହେବା ପରେ ମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଜି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ଏକ ବାଇକ୍‌ ଶୋଭାଯାତ୍ରା ସହିତ ପ୍ରତିବାଦ ସଭା କରାଯାଇଥିଲା। ଶୈଲଙ୍ଗ ଛକରୁ ବାହାରିଥିବା ଏହି ରାଲିରେ ଘସିପୁରା ବ୍ଲକର ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳଙ୍କ ସ˚ଯୋଜନାରେ ଆୟୋଜିତ ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦେବପ୍ରସାଦ ପୃଷ୍ଟି, ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, କାର୍ଯ୍ୟକାରୀ ସଭାପତି ବିପ୍ଳବ ମିଶ୍ର, ଶିଳ୍ପପତି ନବର˚ଜନ ପଟ୍ଟନାୟକ, ପିସିସି ସାଧାରଣ ସ˚ପାଦକ ଆଲୋକ ମିଶ୍ର, ପିସିସି ସ˚ପାଦକ ସ˚ଗ୍ରାମ ଦାସ, ପିସିସି ସଦସ୍ୟ ନିକୁଞ୍ଜ ବିହାରୀ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଗୁଣ୍ତା ଶାସନକୁ ତୀବ୍ର ସମାଲୋଚନା କରି ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଥିଲେ। ଏହି ଅବସରରେ ଦଳୀୟ ସମର୍ଥକମାନେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ପ୍ରକାଶଥାଉକି, ମନ୍ତ୍ରୀଙ୍କ ପୁଅ ଦେବାଶିଷ ୩ଟି ସ˚ଗିନ ଅପରାଧ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର