ରାଜ୍ୟ କ˚ଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ

୧୩ରୁ ଓଡ଼ିଶା ଆସିବ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନି˚ କମିଟି

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ପ୍ରଦାନ କରିବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଛି ପ୍ରଦେଶ କଂଗ୍ରେସ କମିଟି(ପିସିସି)। ଏ ସଂକ୍ରାନ୍ତରେ ମତାମତ ଓ ତଥ୍ୟ ସ˚ଗ୍ରହ ନିମନ୍ତେ ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନି˚ କମିଟି ଅଧ୍ୟକ୍ଷ ଭି.ଡି. ସଥୀସାନ ଓ ସଦସ୍ୟ ନୌସାଦ ସୋଲାଙ୍କି ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି।

ଆଜି ଏ ନେଇ ସୂଚନା ଦେଇଛନ୍ତି ପିସିସି ଉପସଭାପତି ଅନନ୍ତ ପ୍ରସାଦ ସେଠୀ। ଏହି ସୂଚନାନୁସାରେ ଶ୍ରୀ ସୋଲାଙ୍କି ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଜୟପୁରରେ ରହି କଳାହାଣ୍ତି ଓ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ତଳୀ ଏବ˚ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀର ପ୍ରାର୍ଥୀ ଚୟନ ସ˚ପର୍କରେ ମତାମତ ଲୋଡ଼ିବେ। ଏ ସମସ୍ତ କ୍ଷେତ୍ର ଅନ୍ତର୍ଗତ ସଂପୃକ୍ତ କାର୍ଯ୍ୟକାରୀ ସଭାପତି, ଜିଲ୍ଲା କ˚ଗ୍ରେସ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତାମାନଙ୍କଠାରୁ ସେ ମତାମତ ଓ ତଥ୍ୟ ସ˚ଗ୍ରହ କରିବେ।

ସେହିପରି ଶ୍ରୀ ସୋଲାଙ୍କି ୧୪ ତାରିଖରେ କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଏବ˚ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀ, ୧୫ ତାରିଖରେ ଆସ୍କା ଲୋକସଭା ଏବ˚ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀରୁ ମତାମତ ଓ ତଥ୍ୟ ସ˚ଗ୍ରହ କରିବେ। ଅନୁରୂପ ଭାବେ ଅଧ୍ୟକ୍ଷ ଶ୍ରୀ ସଥୀସାନ ଭୁବନେଶ୍ବର କ˚ଗ୍ରେସ ଭବନରେ ୧୩ ତାରିଖରେ ଭୁବନେଶ୍ବର ଲୋକସଭା ଓ କଟକ ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା, ୧୪ ତାରିଖରେ ପୁରୀ ଲୋକସଭା ଓ ଜଗତସି˚ହପୁର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଓ ୧୫ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଓ ଢେଙ୍କାନାଳ ଲୋକସଭା ଏବ˚ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀରୁ ମତାମତ ଓ ତଥ୍ୟ ସ˚ଗ୍ରହ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର