ଭୁବନେଶ୍ବର : ଉତ୍ତରପ୍ରଦଶେର ଲଖିମପୁର ଖେରିରେ କୃଷକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା, କେନ୍ଦ୍ର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ କୃଷକ ବିରୋଧୀ ୩ କଳା ଆଇନକୁ ପ୍ରତ୍ୟାହାର ଦାବିରେ ଆସନ୍ତା ୧୮ତାରିଖରେ ସଂଯୁକ୍ତ କିଷାନ ମୋର୍ଚା ପକ୍ଷରୁ ୬ଘଣ୍ଟିଆ ରେଳରୋକ ଡାକରା ଦିଆଯାଇଛି। ଏହି ରେଳରୋକ ଡାକରାକୁ ଜାତୀୟ ଜାତୀୟ କଂଗ୍ରେସ ସମର୍ଥନ କରିବା ପାଇବା ପାଇଁ ନିଷ୍ପତ୍ତି ନେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦେଶରେ କୃଷକ-ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, ବଢ଼ି ଚାଲିଥିବା ବେକାରୀ ସମସ୍ୟା, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁ ଉପରେ ହିଂସା ଓ ଆକ୍ରମଣ ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ। ଏହି ମର୍ମରେ ଜିଲ୍ଲାସ୍ତରରେ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟବାପୀ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ସଭାପତିମାନଙ୍କୁ ପତ୍ର ଲେଖାଯାଇଛି। ରାଜ୍ୟର ସମସ୍ତ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ସାମୁଖ୍ୟ ଓ ପ୍ରକୋଷ୍ଠ କର୍ମକର୍ତା, ସାଂସଦ ଓ ବିଧାୟକ ପ୍ରାର୍ଥୀ ଓ ଜନସାଧାରଣରେ ରେଳରୋକରେ ସାମିଲ ହେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିବା ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/congress.jpg)