ଓସିସିଏଲ ଅର୍ଥ ହଡ଼ପ ମାମଲା: ଦୁଇ ଅଭିଯୁକ୍ତଙ୍କ ଜାମିନ ଶୁଣାଣି ଶେଷ

କଟକ : ଓଡ଼ିଶା କନଷ୍ଟ୍ରକ୍ସନ  କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ)ର ସିନିୟର ମ୍ୟାନେଜର ବିଶ୍ବଜିତ ବିଶ୍ବାଳ ଓ ଇନଫିନିଟି ଇନ୍‌ଫ୍ରା ସ˚ସ୍ଥା ମୁଖ୍ୟ ଅନୀଲ କୁମାର ରାୟଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବର ଇନଫୋଭ୍ୟାଲିର  ରାସ୍ତା କାମ ପାଇଁ ଓସିସିଏଲ ମୁଖ୍ୟ ଦୁଇଟି ଆକାଉଣ୍ଟକୁ ୩.୧୫କୋଟି ପଠାଇଥିଲେ। କାମ କରିବା ବାହାନାରେ ଶ୍ରୀ ବିଶ୍ବାଳ ଅନ୍ୟ ଆକାଉଣ୍ଟକୁ ୩.୧୦କୋଟି ଟ୍ରାନ୍ସଫର କରିନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଓସିସିଏଲ କର୍ତ୍ତପକ୍ଷଙ୍କ ସନ୍ଦେହ ହେବାରୁ ବିଭାଗୀୟ ତଦନ୍ତ କରାଯାଇଥିଲା। ୩.୧୦କୋଟି ହେରଫେର ହୋଇଥିବା ଜଣାପଡିଥିଲା। ଏ ନେଇ ଓସିସିଏଲ ସେକ୍ରେଟାରି ବିଭୁତିଭୂଷଣ ସାହୁ ଅଗଷ୍ଟ ୨୧ରେ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଇଓଡବ୍ଲ୍ୟୁ ଶ୍ରୀ ବିଶ୍ବାଳ ଓ ଶ୍ରୀ ରାୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର